ଓଡିଶା ଶିଳ୍ପୀଙ୍କ କଳାକୃତିକୁ ଚୋରି କରି ଅନ୍ତର୍ଜାତୀୟ ବଜାରରେ କୋଟି କୋଟି ଡଲାରରେ ବିକ୍ରୀ କରୁଛନ୍ତି କିଛି ଦାମୀଚୋର । ସୋସିଆଲ ମିଡିଆରେ ଶ୍ରୀ କୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ପେଣ୍ଟିଂକୁ ଚୋରି କରି ଶହେ କୋଟିରେ ବିକ୍ରୀ କରିବାକୁ ହୋଇଥିଲା ବଡ ମସୁଧା । କ୍ରିପଟୋ କରେନ୍ସିରେ ଏହାର ମୂଲ୍ୟ ୪ ହଜାର ଥିବା ବେଳେ, ଆମେରିକୀୟ ଡଲାରରେ ଏହି ପେଣ୍ଟିର ମୂଲ୍ୟ ୧ କୋଟି ୭୩ ଲକ୍ଷ ୪୭ ହଜାର ଡଲାରରେ ବିକ୍ରୀ କରିବାକୁ ବିଜ୍ଞାପନ ଦିଆଯାଇଛି । ସବୁଠାରୁ ସାଙ୍ଘାତିକ କଥା ହେଲା, ପେଂଣ୍ଟିରୁ ଶିଳ୍ପୀଙ୍କ ନାମ ହଟାଇ ନିଜ ବ୍ୟାନରରେ ବିକ୍ରୀ କରୁଛନ୍ତି କିଛି ହାଇ ପ୍ରୋଫାଇଲ ୱେବସାଇଟ୍।ଏମିତ ଏକ ଠାକାମୀ ତଥା ଚୋରିର ଶୀକାର ହୋଇଛନ୍ତି ଓଡିଶା ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ । ଜଣେ ପୂର୍ବତନ ରେଲୱେ କର୍ମଚାରୀ ଥିବା ବିଜୟ ଅବସର ନେବା ପରେ ନାଗପୁରରେ ରହୁଛନ୍ତି । ନିଜର ବହୁମୂଲ୍ୟ ସମୟକୁ ସେ ସଂପୂର୍ଣ୍ଣ ରୂପେ ରଙ୍ଗ ତୁଳୀରେ ବିନିଯୋଗ କରି ଦେଇଛନ୍ତି । ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବା ବିଜୟ ଆଙ୍କିଥିବା,“ଶ୍ରୀ କୃଷ୍ଣଙ୍କ ଗିରି ଗୋବର୍ଦ୍ଧନ”ବେଶକୁ ଚୋରି କରିବାକୁ ମସୁଧା କରିଛି ଘୠଞ।ସୋସିଆଲ ମିଡିଆରେ ଖୋଲା ବଜାରରେ ଏମିତି ଏକ ପେଣ୍ଟିଂ ଚୋରି କରି ବିକ୍ରୀ କରୁଥିବା ସଂସ୍ଥା ବିରୋଧରେ ସ୍ୱର ଉଠାଇଛନ୍ତି ନିଜେ ଶିଳ୍ପୀ ବିଜୟ ବିଶ୍ୱାଳ। ଏହାକୁ କଡା ଭାଷାରେ ନିନ୍ଦା କରିବା ସହ ଶିଳ୍ପୀ ବିଜୟ କହିଛନ୍ତି, “ଶ୍ରୀକୃଷ୍ଣଙ୍କ ଏହି ଅଲୌକିତ ପ୍ରତିଛବିକୁ ଟୁଇଟର,ଇନଷ୍ଟାଗ୍ରାମ ଭଳି ସୋଶାଲ ମିଡିଆରେ ବେଶ ପ୍ରଶଂସା ମିଳିଛି । ଏପରିକି ଦେଶ ବାହାରେ ମଧ୍ୟ ଲୋକ ଏହାକୁ ପସନ୍ଦ କରିଛନ୍ତି । କିନ୍ତୁ ମୋ ବିନା ଅନୁମତିରେ, କେହି ଜଣେ ଏହାକୁ ଡିଜିଟାଲ ଆର୍ଟ ଭାବେ ,ଓପନ ସି ପୋର୍ଟାଲରେ ବିକ୍ରୀ କରିବା ବାସ୍ତବିକ୍ ଏକ ଚିନ୍ତାଜନକ ବିଷୟ ଓ ବଡ ଆଶ୍ଟର୍ୟ୍ୟର କଥା “ବିଭିନ୍ନ ଭିଡିଓ,ଫଟୋ,ଅଡିଓ ଆଦି ଘୠଞ ଅର୍ଥାତ ଘକ୍ଟଦ୍ଭ- ଲଙ୍କଦ୍ଭଶସଭକ୍ଷର ଗ୍ଧକ୍ଟଳରଦ୍ଭ ଜରିଆରେ ବିକ୍ରୀ ହୋଇଥାଏ । ଆଉ ଏହାକୁ ସୋଲିଆର ମିଡିଆରେ ବିକ୍ରୀ କରିବା ପାଇଁ ଙକ୍ଟ୍ରରଦ୍ଭ ଗ୍ଦରବ ଭଳି ୱେବସାଇଟ୍ପୋର୍ଟାଲ,ପ୍ଲାଟଫର୍ମ ଦେଇଥାନ୍ତି।ଘୠଞ କ୍ରିପଟୋ କରେନ୍ସିର ବ୍ୟବସାୟ ମଧ୍ୟ କରେ। ତେବେ ସୋସିଆଲ ମିଡିଆରେ ସବୁ ଆଡୁ ଏହି ଚୋରିକୁ ନେଇ ବିରୋଧ ଆସିବା ପରେ , ଘୠଞର ଏହି ବିଜ୍ଞାପନକୁ ନିଜ ୱେବସାଇଟରୁ ହଟାଇ ଦେଇଛିଙକ୍ଟ୍ରରଦ୍ଭ ଗ୍ଦରବ ।ଏପରିକି ବିଜୟ ବିଶ୍ୱାଳଙ୍କ କିଛି ପ୍ରଂଶସକ ଘୠଞ ବିରୋଧରେ ମାମଲା ମଧ୍ୟ ରୁଜୁ କରିଛନ୍ତି ।ସାମ୍ପ୍ରତିକ ବଜାରର ଆବଶ୍ୟକତା ଅନୁଯାୟୀ ଶିଳ୍ପୀଟିଏ ନିଜ କଳାକୃତିକୁ ବିକ୍ରୀ କରିବା ପାଇଁ ସୋସିଆଲ ମିଡିଆର ବ୍ୟବହାର କରୁଛି । କିନ୍ତୁ ଏହାକୁ ଚୋରି କରି ଚିତ୍ରକର ନାଁ କୁ ହଟାଇ ବିନା କୌଣସି ଏଗ୍ରିମେଣ୍ଟରେ ଅନ୍ୟ କେହି ବିକ୍ରୀ କରିବା ଅତି ଦୁର୍ଭାଗ୍ୟ ଜନକ ବୋଲି କହିଛି ଓଡିଶା ଚିତ୍ରଶିଳ୍ପୀ ଜଗତ। ଭୁବନେଶ୍ୱର ଖଣ୍ଡଗିରିସ୍ଥିତି ବି.କେ ଆର୍ଟ କଲେଜର ଚିତ୍ରକଳା ବିଭାଗୀୟ ମୁଖ୍ୟ ସୁବ୍ରତ ମଲ୍ଲିକ କହିଛନ୍ତି ,“ଯେମିତି ଜଣେ ଲେଖକ ତା ସ୍କ୍ରିପ୍ଟକୁ ନିଜର ବୋଲି ଦାବୀ କରେ,ସେମିତି ଜଣେ ଚିତ୍ରକର,ତାର ଚିତ୍ରକଳାକୁ ନିଜ ଶିଶୁ ବୋଲି ଭାବିଥାଏ । ନିଜ ପିଲା ଛୁଆ ହଜିଗଲେ, ଯେମିତି କଷ୍ଟ ହୁଅ , ସେମିତି ପେଣ୍ଟିଂଟିକୁ ଚୋରୀ କରି ନେଇ ଆଉ କିଏ ନିଜର କହି ଦାବୀ କଲେ, ସେମିତି ହିଁ କଷ୍ଟ ହୋଇଥାଏ ।“ଭାରତୀୟ ପୌରାଣିକ ତତ୍ତ୍ୱ ଉପରେ ଆଧାରିତ ଚିତ୍ରକଳା ବିଶ୍ୱସ୍ତରରେ ବେଶ ଆଦୃତ । କିନ୍ତୁ ପ୍ରଚାର ପ୍ରସାର ପାଇଁ ବ୍ୟବହାର ହେଇଥିବା ସୋସିଆଲ ମିଡିଆକୁ ଅପବ୍ୟବହାର କରି ନାମୀଦାମୀ ସଂସ୍ଥା ବି ଏହି କଳାକୃତି ଉପରେ ରଖୁଛନ୍ତି ଲୋଲୁପ ଦୃଷ୍ଟି । ଆଉ କୋଟି କୋଟି ଟଙ୍କାରେ ଏହାର ଚୋରା କାରବାର କରୁଛନ୍ତି । ଏଥର ଏହି ଜାଲରେ ପଡି ଯାଇଛନ୍ତି ଜଣେ ସୁନାମଧନ୍ୟ ଓଡିଆ ଚିତ୍ର ଶିଳ୍ପୀ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0