ଆମେରିକା ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ପାକିସ୍ତାନ ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ କେମିତି ଲୋକ ଦେଖାଣିଆ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି, ତା’ର ତଥ୍ୟ ଉଲ୍ଲେଖ କରାଯାଇଛି।ଆତଙ୍କବାଦ ବିରୋଧରେ ପାକିସ୍ତାନ ବହୁତ ସୀମିତ ପଦକ୍ଷେପ ନେଇଛି। ସେହିପରି ମାସୁଦ ଆଝାର ଭଳି କୁଖ୍ୟାତ ଆତଙ୍କବାଦୀମାନଙ୍କୁ ଦଣ୍ଡିତ କରିବା ପାଇଁ କୌଣସି ପ୍ରକାରର ଉଦ୍ୟମ କରୁ ନଥିବା ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଜାରି ରିପୋର୍ଟରେ କୁହାଯାଇଛି।ଉକ୍ଟଙ୍କଦ୍ଭଗ୍ଧକ୍ସଚ୍ଚ ଜରକ୍ଟ୍ରକ୍ଟକ୍ସଗ୍ଧଗ୍ଦ କ୍ଟଦ୍ଭ ଞରକ୍ସକ୍ସକ୍ଟକ୍ସସଗ୍ଦଜ୍ଞ ୨୦୨୦ରେ ଆମେରିକା କହିଛି ଯେ, ପାକିସ୍ତାନ ଜାତିସଂଘ ଦ୍ୱାରା ଆତଙ୍କୀ ଘୋଷିତ ହୋଇଥିବା ମାସୁଦ ଆଝାର ଓ ୨୦୦୮ ମୁମ୍ବାଇ ହମଲାର ପ୍ରୋଜେକ୍ଟ ମ୍ୟାନେଜର ସାଜିଦ ମୀର ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନି । କେବଳ ଲୋକ ଦେଖାଣିଆ ଭାବେ ଆତଙ୍କୀଙ୍କ ପାଣ୍ଠି ଯୋଗାଣ ଉପରେ କାର୍ୟ୍ୟ କରୁଥିବା କହୁଛି। ଏହାକୁ ରୋକିବା ପାଇଁ ବଡ଼ ପଦକ୍ଷେପ ମଧ୍ୟ କିଛି ନିଆଯାଇନି।ପାକିସ୍ତାନ ମାଟିରେ ଏବେ ବି ଆଫଗାନିସ୍ତାନକୁ ଟାର୍ଗେଟ କରୁଥିବା ହକ୍କାନୀ ନେଟୱର୍କ, ଭାରତକୁ ଟାର୍ଗେଟ କରୁଥିବା ଲସ୍କର ଓ ଜୈଶ-ଇ-ମହମ୍ମଦ ଭଳି ଆତଙ୍କୀ ସଂଗଠନ ସକ୍ରିୟ ରହିଛନ୍ତି। ସେମାନେ ପାକିସ୍ତାନକୁ ନିଜର ଭୂସ୍ୱର୍ଗ ଭାବେ ବ୍ୟବହାର କରୁଛନ୍ତି। ମାସୁଦ, ସାଜିଦ ଭଳି ଅନେକ ଆତଙ୍କବାଦୀ ପାକିସ୍ତାନରେ ମୁକ୍ତ ଭାବେ ବୁଲୁଛନ୍ତି।ସେମାନଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି। ତଥାପି ସେମାନେ ପାକିସ୍ତାନରେ ନିଜ କାର୍ୟ୍ୟକ୍ରମ ଜାରି ରଖିଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ କୌଣସି ପ୍ରକାରର ସକାରାତ୍ମକ ପଦକ୍ଷେପ ନେଇନାହିଁ। ଲସ୍କର-ଇ-ତାଏବା ପ୍ରତିଷ୍ଠାତା ହାଫିଜ ସୟିଦ ଓ ବିଭିନ୍ନ ଟେରର ଫାଇନାନ୍ସିଂ ମାମଲାରେ ସାମିଲ ଥିବା ଲସ୍କରର ଅନ୍ୟ ୪ ସଦସ୍ୟଙ୍କୁ ଦଣ୍ଡ ଦେବାରେ ପାକିସ୍ତାନ ବିଫଳ ହୋଇଛି।୨୦୨୦ରେ ପାକିସ୍ତାନ ଏଫଏଟିଏ ଛାଟରୁ ବର୍ତ୍ତିବା ପାଇଁ କିଛି ପଦକ୍ଷେପ ନେଇଥିଲା। କିନ୍ତୁ ଏଫଏଟିଏର ସବୁ ଆକ୍ସନ ପ୍ଲାନକୁ କାର୍ୟ୍ୟକାରୀ କରିବାରେ ବିଫଳ ହୋଇଛି। ତେଣୁ ପାକିସ୍ତାନକୁ ପୂର୍ବଳି ଗ୍ରେ ତାଲିକାରେ ରଖାଯାଇଥିବା ରିପୋର୍ଟରେ କୁହାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0