ନୂଆଦିଲ୍ଲୀ : କରୋନା ଭାଇରସ୍ ଆତଙ୍କ ମଧ୍ୟରେ ଏକ ଭଲ ଖବର ରହିଛି। ରୁଷ ଆସନ୍ତା ମାସରେ କରୋନା ଭ୍ୟାକସିନ ବହୁଳ ସଂଖ୍ୟାରେ ଉତ୍ପାଦନ କରିବାକୁ ଯାଉଛି। ବିଶ୍ବବ୍ୟାପି କରୋନା ଭ୍ୟାକସିନକୁ ନେଇ ଟ୍ରାୟଲ୍ ଜାରି ରହିଛି। ସୋମବାର ରୁଷ କହିଛି ଯେ ତା’ର ଲକ୍ଷ୍ୟ ଆସନ୍ତା ମାସରେ କରୋନା ଭ୍ୟାକସିନ ବହୁଳ ମାତ୍ରାରେ ଉତ୍ପାଦନ ଆରମ୍ଭ କରିବା ଏବଂ ଆସନ୍ତା ବର୍ଷ ଯାଏଁ ପ୍ରତି ମାସ ଅନେକ ମିଲିୟନ ଡୋଜ ପ୍ରସ୍ତୁତ କରିବାର ଅଛି।
ଅଧିକାରୀମାନେ କହିଛନ୍ତି ଯେ ଦେଶରେ କରୋନା ଭ୍ୟାକସିନର ଟ୍ରାୟଲ୍ ଜୋରସୋରରେ ଚାଲିଛି ଏବଂ ରୁଷର ରାଜଧାନୀ ମସ୍କୋରେ ଗମାଲେୟା ସଂସ୍ଥାର ଟ୍ରାୟଲ୍ ଆଡଭାନ୍ସ ଷ୍ଟେଜ୍ ଯାଏଁ ପହଞ୍ଚି ଯାଇଛି ଏବଂ ଖୁବ୍ ଶୀଘ୍ର ହିଁ ରାଜ୍ୟ ରେଜିଷ୍ଟେସନର ପ୍ରକ୍ରିୟା ପୂରା ହୋଇଯିବ। ଏକ ସାକ୍ଷାତାରରେ ରୁଷର ଉଦ୍ୟୋଗ ମନ୍ତ୍ରୀ ଡେନିସ୍ ମଣ୍ଟୁରୋବ କହିଛନ୍ତି ଯେ ଆମେ ସେପ୍ଟେମ୍ବର ମାସରେ ବହୁଳ ମାତ୍ରାରେ ଭ୍ୟାକସିନ ଉତ୍ପାଦନ ଆରମ୍ଭ କରିବାର ଆଶା କରୁଛୁ।
ଏହି ଭ୍ୟାକସିନକୁ ଫାଇନାନ୍ସ କରୁଥିବା କମ୍ପାନୀ ରୁଷି ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ପ୍ରମୁଖ କହିଛନ୍ତି ଯେ ଆଶା ରହିଛି ଯେ କୋଭିଡ-୧୯ ଭ୍ୟାକସିନର ପଞ୍ଜୀକରଣ ୧୦ଦିନ ଭିତରେ ପୂରା ହେବ।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0