ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ । ଟପଟେନରେ ରହିଛନ୍ତି ୨ ଓଡିଆ । ଚଳିତ ବର୍ଷ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଓଡିଶାର ଦୁଇ ଜଣ ରହିଛନ୍ତି । ଓଡିଶାର ପ୍ରଦୀପ ସିଂ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦଶମ ସ୍ଥାନ ଅଧିକାର କରିଛନ୍ତି ସଂଜିତା ମହାପାତ୍ର । ସଂଜିତା ୨୦୧୭ ମସିହାରେ OAS ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ୮୨୯ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଭାରତୀୟ ପ୍ରଶାସନିକ ସେବାରେ ୧୮୦ ଜଣ, ଭାରତୀୟ ବୈଦେଶିକ ସେବାରେ ୨୪ ଜଣ, ଭାରତୀୟ ପୋଲିସ ସେବାରେ ୧୫୦ ଜଣ ସେହିପରି ଗ୍ରୁପ- ଏ ରେ ୪୩୮. ଗ୍ରୁପ-ବି ରେ ୧୩୫, ୩୦୪ ସାଧାରଣ ବର୍ଗର ପ୍ରାର୍ଥୀ ଥିବାବେଳେ ଅର୍ଥନୈତିକ ଦୁର୍ବଳ ବର୍ଗର ୭୮ଜଣ, ଓବିସିରେ ୨୫୧, ଏସସି ୧୨୯ , ଏସଟି ୬୭ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0