ଆଗାମୀ ଦୁଇ-ତିନି ଦିନ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବା ସହ ଆହୁରି ବଢ଼ିବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହି ୭ ଜିଲ୍ଲା ହେଲେ- ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ। ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବାର ସମ୍ଭାବନା ରହିଛି।
ସେହିପରି ଶୀତ ଲହରି ନେଇ ଅନ୍ୟ ୧୯ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କନ୍ଧମାଳ ଓ ନବରଙ୍ଗପୁର।
ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ଗୁଡ଼ିକ ମୁଖ୍ୟତ ଶୁଖିଲା ରହିବ। କିନ୍ତୁ ଶୀତର ପ୍ରକୋପ ଜାରି ରହିବ। ବିଶେଷକରି ଆଗାମୀ ତିନି ଦିନ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୫ରୁ ୫ ଡିଗ୍ରୀ ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଗତ ରାତିରେ ଦାରିଙ୍ଗବାଡ଼ିରେ ସର୍ବାଧିକ ଥଣ୍ଡା ଅନୁଭୂତ ହୋଇଛି। ଏଠାରେ ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ୪.୦ ଡିଗ୍ରୀ, ଭବାନୀପାଟଣାରେ ୬.୦, କେନ୍ଦୁଝରରେ ୬.୨, ଝାରସୁଗୁଡ଼ାରେ ୬.୪, ସୁନ୍ଦରଗଡ଼ରେ ୬.୫, ଟିଟିଲାଗଡ଼ରେ ୬.୮, ବୌଦ୍ଧରେ ୭.୦, ବଲାଙ୍ଗିରରେ ୭.୮, ସୋନପୁରରେ ୮.୫, କୋରାପୁଟରେ ୮.୫, ସମ୍ବଲପୁରରେ ୮.୫, ବାରିପଦାରେ ୮.୫, ଅନୁଗୋଳରେ ୮.୬, ହୀରାକୁଦରେ ୮.୬, ନୟାଗଡ଼ରେ ୯.୦, ତାଳଚେରରେ ୯.୦, ଚାନ୍ଦବାଲିରେ ୯.୨, ବାଲେଶ୍ୱରରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୧୦, କଟକରେ ୧୦.୧, ମାଲକାନଗିରିରେ ୧୧.୫, ଗୋପାଳପୁରରେ ୧୧.୮, ପାରାଦୀପରେ ୧୨.୮ ଓ ପୁରୀରେ ୧୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0