ଜୟପାଟଣା: ସରକାର ଙ୍କ ଘର ଡିହ ଏବଂ ଆବାସ ଯୋଜନା କେତେଦୂର ସଫଳ ଏହାର ନିଚ୍ଛକ ଉଦାହରଣ ଜୟପାଟଣା ବ୍ଲକ ଉଛଳା ପଞ୍ଚାୟତ ଅଧୀନସ୍ଥ ପାଣ୍ଡରିପାଖନ ଗ୍ରାମରେ ଦେଖିବାକୁ ମିଳିଛି । ପ୍ରତ୍ଯେକ ଗରିବ ନିଃସହାୟ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏହି ଯୋଜନା ପ୍ରଣୀତ ହୋଇଥିଲେ ହେଁ ବାସ୍ତବ କ୍ଷେତ୍ରରେ ପ୍ରକୃତ ହିତାଧିକାରୀ ଏହି ଯୋଜନା ମାନଙ୍କରୁ ବଞ୍ଚିତ ହେଉଛନ୍ତି। ଜୟପାଟଣା ବ୍ଲକ, ଉଛଳା ପଞ୍ଚାୟତ ଅଧୀନସ୍ଥ ପାଣ୍ଡରିପାଖନ ଗ୍ରାମ ବାସିନ୍ଦା ଅଟୁ । ୧୦ ନମ୍ବର ୱାର୍ଡ ର ପ୍ରାୟ ୧୨ ଶହ ଜନସଂଖ୍ୟା ବିଶିଷ୍ଟ ଆମ୍ଭ ଗ୍ରାମରେ ୯୦ % କୁଲି ମଞ୍ଜୁରିଆ , ଆର୍ଥିକ ଦୁର୍ବଳ ,ଘର ଡିହ , ହିନ ଲୋକେ ବସବାସ କରି ଆସୁଅଛୁ । ବସତି ସ୍ଥାପନ ହୋଇ ୧୫୦ ବର୍ଷରୁ ଅଧିକ ହୋଇ ଯାଇଥିବା ବେଳେ ଅଦ୍ୟାବଧି ସରକାରଙ୍କ ଘରଡିହ ,ଆବାସ ଯୋଜନା ଆମ ଗ୍ରାମ ପାଇଁ ସାତସପନ ହୋଇପଡିଛି ।ଗରିବ ଗ୍ରାମବାସୀଙ୍କୁ ସରକାର ଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ୨୦୦୯ ମସିହାରୁ ଅଦ୍ୟାବଧି ଆପତି ଅଭିଯୋଗ କରି ଆସୁଥିଲେ ହେଁ ଗୋଟିଏ ଗରିବ ହିତାଧିକାରୀ ହୋଇପାରିନାହାନ୍ତି ।ବିଗତ ଦିନରେ ଜୈନିକ ସର୍ଭେ କର୍ମଚାରୀ ଆକ୍ରୋଶ ମୂଳକ ଭାବେ ଆମ ଗାଁ କୁ ସମୃଦ୍ଧ ଶୀଳ ପକ୍କା ଘର ଥିବା ଦର୍ଶାଇ ଆମ୍ଭ ମାନଙ୍କୁ ଗରିବ ସହାୟକ ଯୋଜନା ରୁ ବଞ୍ଚିତ କରିଦେଇଛନ୍ତି ।ପଞ୍ଚାୟତ ନିର୍ବାଚନ ମାନଙ୍କରେ ୧୨ ଜଣ ସରପଞ୍ଚ ଏବଂ ୱାର୍ଡ ମେମ୍ବର ଙ୍କ ଶାସନ କାଳ ସମାପ୍ତି ହୋଇ ଯାଇଥିଲେ ହେଁ ଆବାସ ଓ ଘର ଡିହ ଯୋଜନା କ୍ଷେତ୍ରରେ ଆମ ଗ୍ରାମ ଆବାସ ଯୋଜନା ଶୂନ୍ୟ ଗ୍ରାମ ହୋଇପଡିଛି । ଯଦ୍ୱାରା ଗ୍ରାମ ବାସୀ ଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ଏବଂ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଠାରୁ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଭୋଟ ବର୍ଜନ କରିବା ପାଇଁ ସିଦ୍ଧାନ୍ତ ନେଉଛୁ । ଏହି ବିଷୟ ନେଇ ଜୟପାଟଣା ବ୍ଲକ ସମୁଖ ଧାରଣାରେ ବସିଥିଲେ। ବି.ଡି.ଓ ଆସି ଲୋକଙ୍କ ଦାବି ପତ୍ର ଗ୍ରହଣକରି ବହୁ ଶୀଘ୍ର ଆପଣଙ୍କର କାମ କରିବି ବୋଲି ପ୍ରତିଶୃତି ଦେଇ ଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0