ସରକାରଙ୍କର ଯୋଜନା ଉପରେ ଯୋଜନା।ସରକାରୀ ଯୋଜନାରେ ଭିତ୍ତି ପ୍ରସ୍ତର ସ୍ଥାପନ କରୁଛନ୍ତି ମାନ୍ୟବର ମନ୍ତ୍ରୀ । ଏହା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର କାଳୀ ପଡିଆ।ରାଜକନିକା ଓ ଆଳୀ ବ୍ଲକ ରେ ପ୍ରତ୍ୟେକ ଘରେ ଘରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଧାୟକ ପ୍ରତାପ କେଶରୀ ଦେବ ସରକାର ଙ୍କ ନିକଟରେ ଦାବି କରିଥିଲେ। ତାଙ୍କ ଦାବି ଓ ଲୋକ ମାନଙ୍କର ପାନୀୟ ଜଳ ସମସ୍ୟାକୁ ଅନୁଧ୍ୟାନ କରିବା ପରେ ୩୧୫ କୋଟି ଟଙ୍କାର ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଞ୍ଜୁର କରା ଯାଇଥିଲା।ଲୋକ ମାନଙ୍କ ଉଦ୍ଦେଶ୍ୟରେ ଆଜି ମାନ୍ୟବର ପଞ୍ଚାୟତ,ଆଇନମନ୍ତ୍ରୀ ପ୍ରତାପ ଜେନା ଶୁଭ ଉଦଘାଟନ କରିଛନ୍ତି।ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ରାଜକନିକା ଠାର ହଜାର ହଜାର ସଂଖାୟାରେ ଏକ ମୋଟରସାଇକେଲ ରାଲିରେ ଆୟୋଜନ ହୋଇଥିବା ସଭା ମଞ୍ଚକୁ ପାଛୋଟି ଆଣିଥିଲେ।ଏଠାରେ ମନ୍ତ୍ରୀ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପରେ ପରେ ଜନ ଗହଳି ପୂର୍ଣ୍ଣ ଲୋକ ମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ।ଏହି ସଭାରେ ସ୍ଥାନୀୟ ବିଧାୟକ ପ୍ରତାପ କେଶରୀ ଦେବ ଯୋଗ ଦେଇ ଲୋକ ମାନଙ୍କ ସମସ୍ୟା ଶହ ରହି କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ। ଧିରେ ଧିରେ ସହରୀ ଢାଞ୍ଚାରେ ଆଳି ଓ ରାଜକନିକା ବ୍ଲକ କୁ କରା ଯିବାକୁ ଯୋଜନା ରଖା ଯାଇଛି ।ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ।ଏହାର ଗୁ ଏକ ନମୁନା ସ୍ତ୍ରୀଟ ଆଲୋକ ରାଜକନିକା ଠାରେ ଆରମ୍ଭ କରା ଯାଇଛି।ଏହି ସଭାପତିତ୍ଵ କରିଥିଲେ ବିଦ୍ୟାଧର ଦାସ।କପିଳେନ୍ଦ୍ର ମଲ୍ଲିକ,ଉପାଧକ୍ଷା ସାବିତ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଏହି ମଞ୍ଚକୁ ବିଜୁ ଜନତା ଦଳର ବରିଷ୍ଠ ନେତା ବିକାଶ ଦାସଙ୍କ ସହିତ କର୍ମୀ ମାନେ ପରି ଚାଳନା କରି ଥିଲେ। ଏହା ପରେ ପରେ ମନ୍ତ୍ରୀ ଶ୍ରୀ ଜେନା ପଦିିନି ପାଳ ସେତୁର ଶୁଭ ଉଦଘାଟନ ନିମନ୍ତେ ଯାଇ ଶୁଭ ଦେଇଥିଲେ। ଏହି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କୁ ଶୁଭ ଉଦଘାଟନ କରି କଣ କହୁଛନ୍ତି ଆସନ୍ତୁ ଶୁଣିବା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0