ଇନ୍ଷ୍ଟ୍ରାଗ୍ରାମ ଆକାଉଣ୍ଟକୁ ସରକାର ହ୍ୟାକ କରିଥିବା ପ୍ରିୟଙ୍କା ଗାନ୍ଧିଙ୍କ ଅଭିଯୋଗ ଆଣିବା ପରେ ଏହାର ତଦନ୍ତ ହେବ ବୋଲି କୁହାଯାଇଛି। ଏହି ଅଭିଯୋଗର ତଦନ୍ତ ପାଇଁ ଆଇଟି ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଭାରତର Computer Emergency Response Team (CERT-In) ଏହି ତଦନ୍ତ କରିବ ବୋଲି ଜଣାପଡ଼ିଛି । ମଙ୍ଗଳବାର ପ୍ରିୟଙ୍କା ଗାନ୍ଧି ଅଭିଯୋଗ କରିଥିଲେ ଯେ, ତାଙ୍କ ପିଲାମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସରକାର ହ୍ୟାକ୍ କରିଛନ୍ତି। ଉତ୍ତରପ୍ରଦେଶରେ ଏସପି ମୁଖ୍ୟ ଅଖିଳେଶ ଯାଦବ ଯୋଗୀ ସରକାରଙ୍କ ବିରୋଧରେ ଫୋନ୍ ଟ୍ୟାପିଂ ଅଭିଯୋଗ ଆଣି଼ଥିଲେ।ଏହି ପ୍ରସଙ୍ଗକୁ ଉଠାଇ ପ୍ରିୟଙ୍କା ଗାନ୍ଧି ସନ୍ଦେହ କରିବା ସହ ସରକାରଙ୍କ ବିରୋଧରେ ଉପରୋକ୍ତ ଅଭିଯୋଗ କରିଛନ୍ତି ।
ସରକାର ମୋ ପିଲାମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍ କରୁଛନ୍ତି। ଏପରିକି ସେମାନେ ଫୋନ୍ ଟ୍ୟାପିଂ ରକୁଥିବା ମଧ୍ୟ ପ୍ରିୟଙ୍କା ଅଭିଯୋଗ କରିଛନ୍ତି । ଫୋନ୍ ଟ୍ୟାପିଂକୁ ନେଇ ରବିବାର ଅଖିଳେଶ ଯାଦବ ଏକ ସାମ୍ବାଦିକ ସମ୍ମିଲନୀ କରିଥିଲେ।ଏହି ପାଇଁ ସେ ଯୋଗୀ ସରକାରଙ୍କୁ ଦାୟୀ କରିଥିଲେ। ଅଖିଳେଶଙ୍କ ଅଭିଯୋଗ ଉପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ବୋଧହୁଏ ସିଏ ଯେତେବେଳେ କ୍ଷମତାରେ ଥିଲେ ଫୋନ୍ ଟ୍ୟାପିଂ କରୁଥିଲେ। ତେଣୁ ସେ ବର୍ତ୍ତମାନ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0