ଆସନ୍ତା ୨୩ତାରିଖ ପ୍ରଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଡ ଥରା ଜାଡଅନୁଭୂତି ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସର୍ତକତା ଜାରି କରାଯାଇଛି । ଏହି ସମୟରେ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ୟ୍ୟନ୍ତ ଖସୁଥଇବା ବେଳେ ପରବର୍ତୀ ସମୟରେ ତାପମାତ୍ରା ୨,୩ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ, ଦିନକୁ ଦିନ ଶୀତ ପ୍ରକୋଷ୍ଟ ବୃଦ୍ଧି ପାଇବାରେ ଲାଗିଛି, ଏଥିରୁ ବାଦ ପଡିନି ନୟାଗଡ ଜ଼ିଲ୍ଲା ପ୍ରତେକ ଗ୍ରାମଚଳରେ ଦେଖିବାକୁ ମିଳିଛି, କୁଡ଼ କୁଡ଼ ନିଆଁ ଆଉ ଘେରି ବସିଛନ୍ତି ଲୋକେ, ରାତି ଓ ଭୋର ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି, ବର୍ତମାନ ସରକାର ଙ୍କ ତରଫରୁ ବୁଡ଼ା ବୁଡି ଓ ଦିବ୍ୟାଙ୍ଗ ମାନଙ୍କ ସହିତ ଅସହାୟ ଲୋକ କୁ କୌଣସି ଶୀତ ବସ୍ତ୍ର ମିଳି ନାହିଁ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି, ଫଳରେ ଗରିବ ଲୋକ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ତେବେ ବୁଡ଼ା ବୁଡି ମାନଙ୍କୁ ଶୀତ ବସ୍ତ୍ର ଯୋଗାଇ ଦେବାକୁ ଅଂଚଳ ବାସୀ ସରକାରକୁ ଦାବୀ କରିଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0