spot_img

ବିଦ୍ୟୁତ ସଂଯୋଗ ଦାବିରେ ରାଜରାସ୍ତାକୁ ଓଲ୍ଲାଇଲେ ଗ୍ରାମବାସୀ

ଭଦ୍ରକ: ବିଦ୍ୟୁତ ସେବାରୁ ବଞ୍ଚିତ ଆଦିବାସୀମାନେ ରାଜରାସ୍ତାକୁ ଶୋଇ ପ୍ରତିବାଦ କରିଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ଓ ଏରେଇଁ ଗାଁରେ । ସ୍ଥାନୀୟ ଆଦିବାସୀ ଶ୍ରମିକ ମାନେ ଦୀର୍ଘଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଜୋର ଜବରଦସ୍ତ ସେମାନଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି । ଗ୍ରାମାଞ୍ଚଳ ବିଦ୍ୟୁତ ସଂଯୋଗ କରିବା ପାଇଁ ବାରମ୍ବାର ନିବେଦନ କରି ନିରାଶ ହେବା ପରେ ଏଭଳି ପ୍ରତିବାଦ ହୋଇଥିବାର ସୂଚନା ମିଳିଛି । ସହିଦ୍ ବିର୍ସା ମୁଣ୍ଡା ଆଦିବାସୀ ମହାସଂଘ ନେତୃତ୍ୱରେ ଶତାଧିକ ଆଦିବାସୀ ଭଦ୍ରକ ବିଧାୟକଙ୍କ ବାସ ଭବନରେ ନିରବ ଶୋଭାଯାତ୍ରା କରିଥିଲେ । ରାଜଘାଟ ଛକ ନିକଟରୁ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଭଦ୍ରକ ଏସଡିପିଓ ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭରୁ ଓହରି ଥିଲେ ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular