ଭଦ୍ରକ : ଭଦ୍ରକ ଟାଉନ ଥାନା ସମ୍ମୁଖରେ ଥିବା ମନ୍ଦିରରୁ ହୋଇଛି ଲୁଟ୍ । ଠାକୁରଙ୍କର ରୂପା ଅଳଙ୍କାର ସମେତ ଲୁଟିନେଲେ ଅନ୍ୟାନ୍ୟ ସାମଗ୍ରୀ ।ଖବର ଅନୁଯାୟୀ, ଶୀତୁଆ ରାତିର ସୁଯୋଗ ନେଇ ବୁଧବାର ରାତିରେ ଭଦ୍ରକ ଟାଉନ ଥାନା ନିକଟସ୍ଥ ପୁଜାରିସାହିର ଜଗନ୍ନାଥ ମନ୍ଦିରରେ ଚୋରି କରିଛନ୍ତି ।

ମନ୍ଦିରର ତାଲା ଭାଙ୍ଗି ରୂପାର ଏକ ବଡ ହାର ସମେତ ବିଭିନ୍ନ ଅଳଙ୍କାର, ଵାସନ କୁସନ, ହୁଣ୍ଡି ବାକ୍ସ ଲୁଟିନେଇଛନ୍ତି । ରାତିରେ ପହଡ ବନ୍ଦ ହେବା ବେଳେ ସଵୁ ଠିକ । ହେଲେ ଭୋର ସମୟରେ ମନ୍ଦିରକୁ ପୂଜା ପାଇଁ ଆସିଥିବା ଵେଳେ ପୂଜାରୀ ମନ୍ଦିରର ତାଲା ଭାଙ୍ଗି ଥିବାର ଦେଖିବାକୁ ପାଇଥିଲେ । ତାପରେ ସମସ୍ତ ସ୍ଥାନୀୟ ଵାସିନ୍ଦା ଏକତ୍ରିତ ହୋଇ ମନ୍ଦିର ଭିତରେ ଖୋଜିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି ଜଣାପଡିଛି। ଏନେଇ ଭଦ୍ରକ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0