ନୂଆଦିଲ୍ଲୀ: ଭି.ଆଇ.ପି.ମାନଙ୍କ ସୁରକ୍ଷା ନିମନ୍ତେ ତାଲିମ ପାଇଥିବା ‘ସିଆର୍ପିଏଫ୍’ର ପ୍ରଥମ ମହିଳା କମାଣ୍ଡୋ କଣ୍ଟିଜେଣ୍ଟ୍କୁ ଖୁବ୍ ଶୀଘ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଏକାଧିକ ଡିୟୁଟିରେ ଥିବା ଅନ୍ୟାନ୍ୟ ହାଇ-ରିସ୍କ୍ ବ୍ୟକ୍ତିମାନଙ୍କ ସୁରକ୍ଷା ଲାଗି ମୁତୟନ କରାଯିବ ବୁଧବାର ଦିନ ସରକାରୀ ସୂତ୍ରରୁ ଜଣାପଡ଼ିଛି। ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଦାୟିତ୍ବ ତୁଲାଇବାକୁ ଯିବାକୁ ଥିବା ଅଧିକାରୀମାନଙ୍କ ସହ ମଧ୍ୟ ଉକ୍ତ ମହିଳା କମାଣ୍ଡୋମାନେ ଯିବେ।ପ୍ରଥମ କରି ‘କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋସ୍’ ତା’ର ଭି.ଆଇ.ପି. ସିକ୍ୟୁରିଟି ୱିଙ୍ଗ୍ରେ ୩୨ଜଣ ମହିଳା କମାଣ୍ଡୋଙ୍କୁ ତାଲିମ ଦେଇଛି। ଏବେ ସେମାନେ ଦିଲ୍ଲୀରେ ଜେଡ୍+ ସୁରକ୍ଷା ପ୍ରଦାନ କରାଯାଇଥିବା ବ୍ୟକ୍ତିବିଶେଷଙ୍କ ସୁରକ୍ଷା ଭାର ଗ୍ରହଣ କରିବେ। ପ୍ରାପ୍ତ ସୂଚନା ଅନୁସାରେ, ଭି.ଆଇ.ପି. ସିକ୍ୟୁରିଟି ଡିୟୁଟି ନିମନ୍ତେ ଉକ୍ତ ମହିଳା

କମାଣ୍ଡୋମାନେ ୧୦ ସପ୍ତାହ ତାଲିମ ଶେଷ କରିଛନ୍ତି। ବିନା ଅସ୍ତ୍ରରେ ଲଢ଼ିବା ସହ ସ୍ବତନ୍ତ୍ର ଅସ୍ତ୍ର ଫାଇରିଙ୍ଗ୍ କରିପାରୁଥିବା ଏହି କମାଣ୍ଡୋମାନେ ଆଗାମୀ ଜାନୁଆରି ମାସରେ ନିୟୋଜିତ ହୋଇପାରନ୍ତି।

ପ୍ରାରମ୍ଭିକ ଭାବେ ସେମାନେ ଦିଲ୍ଲୀରେ ଜେଡ୍+ ବର୍ଗର ସୁରକ୍ଷା ପାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ସନ୍ତାନସନ୍ତତି ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ତାଙ୍କ ପତ୍ନୀ ଗୁରଶରଣ କୌରଙ୍କ ସୁରକ୍ଷା ଦାୟିତ୍ବରେ ରହିବେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0