କଳାହାଣ୍ଡି : ରାମପୁର ମୂଖ୍ୟାଳୟ ସ୍ଥାନୀୟ ଖଣ୍ତୁଆଳ ଖେଳପଡିଆ ଠାରେ ସଞ୍ଜୀବ ମେମୋରିଆଲ୍ କ୍ରୀକେଟ୍ ଟୁର୍ଣ୍ଣାମେଟ୍ ଉଦଘାଟନ୍ ହୋଇଛି। ଏହି ଟୁର୍ଣ୍ଣାମେଟ୍ ରେ ୨୦ ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଏହି ଖେଳରେ ନବଜୀବନ ଯୁବ ଅନୁଷ୍ଠାନ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ୬ ଓ୍ବିକେଟ ହରାଇ ୮୧ ରନ୍ କରିଥିବା ବେଳ ଦେରଗୁଡା ଦଳରୁ ୧୦ ଓଭରେ ୫ ଓ୍ବିକେଟ୍ ହରାଇ ୭୯ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଦେରଗୁଡା ଦଳକୁ ୨ରନ୍ ରେ ହରାଇ ନବଜୀବନ ଯୁବ ଅନୁଷ୍ଠାନ ବିଜୟୀ ହୋଇ ପରବର୍ତ୍ତୀ ପର୍ୟ୍ୟାୟକୁ ଯିବା ପାଇଁ ସକ୍ଷମ ହୋଇଛି। ଏହି ଟୁର୍ଣ୍ଣାମେଟ୍ ର ଉଦଘାଟନ କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନବଜୀବନ ଯୁବ ଅନୁଷ୍ଠାନର ପ୍ରତିଷ୍ଠାତା ଓ ପୂର୍ବତନ ସଭାପତି ଶ୍ରୀ ସୁଭାଷ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ପ୍ରଥମ ଉପ ସଭାପତି ଶ୍ରୀ ଅନିରୁଦ୍ଧ ନାଏକ, ଏବଂ ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ନରେନ୍ଦ୍ର ନାଏକ, ପୂର୍ବତନ ସହସମ୍ପାଦକ ଶ୍ରୀ ପ୍ରଦୀପ କୁମାର, ପ୍ରମୁଖ ଯୋଗଦେଇ ଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0