ଜମିବାଡ଼ି ପାଇଁ ୭୦ବର୍ଷର ବୃଦ୍ଧା ମାଙ୍କୁ ମାରଣାତ୍ମକ ଆକ୍ରମଣ କଲା ପୁଅ । ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅଂଚଳ ଆଗର୍ଡ ଗାଁରେ ଦେଖିବାକୁ ମିଳିଛି । ସ୍ବର୍ଗତ ସଲେମାନ ଖାଁ ଙ୍କ ସ୍ତ୍ରୀ ରୋଜମାନ ବିବି ତାଙ୍କର ସମ୍ପତିକୁ ନାତିମାନଙ୍କ ନାମରେ ରେଜେଷ୍ଟି କରିଦେଇଛନ୍ତି ! ଫଳରେ ସେହି ସମ୍ପତ୍ତି ପାଇଁ ତାଙ୍କର ବଡ଼ ପୁଅ ରୁସ୍ତମ ଖାଁ ଏବଂ ତାଙ୍କ ସ୍ତ୍ରୀ ଗତ ୧୬ତାରିଖ ଦିନ ଅପରାହ୍ନରେ ମରଣାତ୍ମକ ଆକ୍ରମଣ କରିଥିଲେ । ଏନେଇ ରୋଜମାନ ବିବି କମର୍ଦା ଥାନାରେ ନ୍ୟାୟ ପାଇଁ ଅଭିଯୋଗ କରିଥିଲେ ମଧ୍ୟ ଏନେଇ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ନେଇ ନାହାଁନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0