ନୂଆପଡ଼ା :ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ପରିସର ରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପଞ୍ଚମ ରୁ ଉର୍ଦ୍ଧ ଅଧ୍ୟୟନ କରିଥିବା ଶିକ୍ଷିତ ବେକାରୀ ଯୁବକ ଯୁବତୀ ମାନଙ୍କୁ ତାଲିମ ଓ କର୍ମନିଯୁକ୍ତି ଦେବା ଉଦେ୍ଦଶ୍ୟରେ ଅନୁଷ୍ଠିତ ହୋଇଛି । ଜ୍ଞାନକଳ୍ପ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପିଆଇଏ ଉତ୍ତମ ପୁରୋହିତ ଙ୍କ ସମେତ ସାତରୁ ଉର୍ଦ୍ଧ ତାଲିମ ଓ କର୍ମନିଯୁକ୍ତି କମ୍ପାନୀ ଯୋଗଦାନ କରିଥିବାବେଲେ ୨୦୦ଶହ ରୁ ଉର୍ଦ୍ଧ ଶିକ୍ଷିତ ବେକାର ଯୁବକ ଯୁବତୀ ଅଂଶଗ୍ରହଣ କରି ଉପସ୍ଥିତ କମ୍ପାନୀ ମାନଙ୍କ ସହ ତାଲିମ ଓ କର୍ମନିଯୁକ୍ତି ପାଇଁ ପଞ୍ଜିକୃତ କରିଥିଲେ । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଡବଲୁ୍ୟ ଇ ଓ ହିମାଂଶୁ ଶେଖର କୁମ୍ଭାର ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଓରମାସ ଜିଲ୍ଲା ସଂଯୋଜକ କମଳା କାନ୍ତ ରଥ , ବ୍ଲକ କାର୍ୟକ୍ରମ ଅଧିକାରୀ ମିଥୁନ କୁମାର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0