ଢାକା : ଆଜି ଦକ୍ଷିଣାଞ୍ଚଳ ବାଂଲାଦେଶର ନଈମଝିରେ ‘ଅଭିଯାନ’ ନାମରେ ୩ ତାଲିଆ ଛୋଟ ଜାହାଜରେ ନିଆଁ ଲାଗିଥିଲା ।ମୃତ୍ୟୁସଂଖ୍ୟ ବୃଦ୍ଧି ପାଇ ପାରେ। ଅଧିକାଂଶ ଯାତ୍ରୀ ପୋଡ଼ି ହୋଇ ମରିଥିବା ବେଳେ ନଈକୁ ଡେଇଁ ପଡ଼ିଥିବା ବାକି ଅଳ୍ପ କେତେ ଜଣଙ୍କର ମୃତ୍ୟୁ ଘଟିଛି। ଇସ୍ଲାମ୍ କହିଛନ୍ତି, ଜାହାଜର ଇଞ୍ଜିନ୍ ରୁମ୍ରେ ନିଆଁ ଲାଗିବା ପରେ ତାହା ଜାହାଜ ମଧ୍ୟକୁ ବ୍ୟାପି ଯାଇଥିଲା। ଯାତ୍ରୀମାନଙ୍କୁ ଧରି ଜାହାଜଟି ଢାକାରୁ ଫେରୁଥିଲା। ନିଆଁରେ ପୋଡ଼ି ଆହତ ହୋଇଥିବା ପ୍ରାୟ ୧୦୦ ଜଣଙ୍କୁ ଆମେ ବଡ଼ିସାଲ୍ରେ ଥିବା ଡାକ୍ତରଖାନାକୁ ପଠାଇଛୁ । ନଦନଦୀରେ ଛନ୍ଦି ହୋଇଥିବା ତଳମାଳିଆ ମୁହାଣ ଦେଶ ବାଂଲାଦେଶରେ ଏ ଭଳି ଅନେକ ଘଟଣା ଘଟେ। ଜାହାଜ ସବୁ ମରାମତି ନ ହେବା, ନିରାପତ୍ତା ମାନଦଣ୍ଡ ନ ଥିବା ପୋତାଶ୍ରୟ ଏବଂ ସାମର୍ଥ୍ୟ ଠାରୁ ଅଧିକ ଯାତ୍ରୀ ପରିବହନ ଯୋଗୁଁ ଏଭଳି ଘଟଣା ଘଟୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0