spot_img

୨.୫ କ୍ୱିଇଣ୍ଟାଲ୍‌ ନକଲି ଜର୍ଦ୍ଦା ଜବତ

କଟକ: କଟକରୁ ପୁଣି ବେଆଇନ୍‌ କାରଖାନା ଠାବ । କଟକ ଉପକଣ୍ଠ ଦାହାପାଟଣାରୁ ୨.୫ କ୍ୱିଇଣ୍ଟାଲ୍‌ ନକଲି ଜର୍ଦ୍ଦା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଦୀର୍ଘ ଦିନ ହେଲା ଦାହାପାଟଣାରେ ବେଆଇନ୍‌ ଭାବେ ଜର୍ଦ୍ଦା କାରଖାନା ଚାଲୁଥିଲା । ଯାହାର ଖବର ପୋଲିସ ନିକଟରେ ପହଞ୍ଚିଥିଲା । ଏହାପରେ କଟକ ପୋଲିସ କ୍ରାଇମ୍‌ବ୍ରାଞ୍ଚକ ଏସ୍‌ଟିଏଫ୍‌ର ସହାୟତାରେ ଏହି ନକଲି ଜର୍ଦ୍ଦା କାରଖାନାରେ ଚଢାଉ କରିଥିଲା । ଏହି ଚଢାଉରେ ୨.୫ କ୍ୱିଇଣ୍ଟାଲରୁ ଅଧିକ ନକଲି ଜର୍ଦ୍ଦା ଜବତ ହୋଇଛି । ଯାହାର ଆନୁମାନିକ ମୁଲ୍ୟ ୮ଲକ୍ଷରୁ ଟଙ୍କ ବୋଲି ସୂଚନା ରହିଛି । ଏହାସହିତ ବେଆଇନ୍‌ ଭାବେ ଜର୍ଦ୍ଦା ବିକ୍ରି କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular