ବଡ଼ଦିନ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ଓ ବାଣୀ ସ୍ମରଣ କରିଛନ୍ତି। ‘ସେବା, କରୁଣା ଏବଂ ମାନବତା’ ଉପରେ ଧର୍ମ ପ୍ରଚାରକ ଯୀଶୁ ସବୁଠୁ ଅଧିକ ଗୁରୁତ୍ବାରୋପ କରିଥିଲେ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଭାରତବାସୀଙ୍କ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି।ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ସମସ୍ତଙ୍କୁ ବଡ଼ଦିନ ଅଭିନନ୍ଦନ। ଆମେ ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ଏବଂ ମହାନ୍ ବାଣୀ ସବୁ ସ୍ମରଣ କରୁଛୁ, ଯାହା ସେବା, କରୁଣା ଏବଂ ମାନବତା ଉପରେ ସର୍ବାଧିକ ଗୁରୁତ୍ବାରୋପ କରେ। ସମସ୍ତେ ସୁସ୍ଥ ଓ ସମୃଦ୍ଧ ହୁଅନ୍ତୁ। ସର୍ବତ୍ର ସଙ୍ଗତି ରହୁ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0