ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ। ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜର ଟୁଇଟରରେ ଲେଖିଛନ୍ତି, ଖ୍ରୀଷ୍ଟମାସର ଏହି ଆନନ୍ଦ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା। ଆପଣଙ୍କର ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧତାରେ ପରିପୂର୍ଣ୍ଣ ହେଉ। ମୁଖ୍ୟମନ୍ତ୍ରୀ ନିଜର ଟୁଇଟରରେ ଲେଖିଛନ୍ତି, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଅଟଳଜି ଜଣେ ମହାନ ଦୂରଦୃଷ୍ଟି ସମ୍ପନ୍ନ, ବିଶିଷ୍ଟ ସଂସଦୀୟ ତଥା ବିଶିଷ୍ଟ ରାଜନୀତିଜ୍ଞ ଥିଲେ, ଯାହାଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ପରବର୍ତ୍ତୀ ପୀଢ଼ି ପାଇଁ ପ୍ରେରଣା ଯୋଗାଇଥାଏ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0