ଶ୍ରୀନଗର: ଆଜି ଦକ୍ଷିଣ କଶ୍ମୀରରେ ଶୋପିଆଁ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଆଉ ଦୁଇଜଣ ଅପରିଚିତ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ପୁଲିସ କର୍ମଚାରୀଙ୍କ କହିବା ଅନୁସାରେ, ସେ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ନିରାପତ୍ତା ବଳ ‘କର୍ଡନ୍-ଆଣ୍ଡ୍-ସର୍ଚ’ ଅଭିଯାନ ଚଳାଇଥିଲା। ଆତ୍ମଗୋପନକାରୀ ଆତଙ୍କବାଦୀମାନେ ତଲାସକାରୀ ଦଳଙ୍କ ଉପରକୁ ଗୁଳି ଚଳାଇବାରୁ ସେମାନେ ପାଲଟା ଗୁଳି ଚଳାଇଥିଲେ। ଫଳତଃ, ଏନ୍କାଉଣ୍ଟର୍ ମୃତ୍ୟୁ ଘଟିଲା । ଏଯାବତ୍, ନିହତ ଆତଙ୍କବାଦୀଙ୍କର ପରିଚୟ କିଂବା ସେମାନେ କେଉଁ ସଙ୍ଗଠନର, ତାହା ଜଣାପଡ଼ି ନାହିଁ। ସେହିପରି, ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀର ପୁଲିସ ଶ୍ରୀନଗରରୁ ‘ଲଶ୍କର-ଏ-ତୈବା’ ସମର୍ଥିତ ‘ଦି ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍’ର ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ଦୁଇ ଆତଙ୍କବାଦୀ ନିକଟ ଅତୀତରେ ଘଟିଥିବା ସାଧାରଣ ନାଗରିକ ଏବଂ ପୁଲିସ ହତ୍ୟାରେ ସମ୍ପୃକ୍ତ ଥିବା କଥା କୁହାଯାଉଛି।
ପୁଲିସ, ରାଷ୍ଟ୍ରୀୟ ରାଇଫଲ୍ ଏବଂ ‘ସିଆର୍ପିଏଫ୍’ଙ୍କ ମିଳିତ ଅଭିଯାନ ବେଳେ ବଡ଼ଗାମ ଜିଲ୍ଲାର ଚଦୂରା ଅଞ୍ଚଳରୁ ଉପରୋକ୍ତ ଆତଙ୍କବାଦୀମାନଙ୍କୁ ଗିରଫ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଗିରଫ ଆତଙ୍କବାଦୀମାନେ ହେଲେ ବଡ଼ଗାମ୍ର ମୋଚୱା ନିବାସୀ ମଜୀଦ୍ ଖାନ୍ଦେ ଏବଂ ଅକ୍ବିବ୍ ଅମିନ। ସମୋନଙ୍କ ପାଖରୁ ଦୁଇଟି ଏକେ-୪୭ ମାଗାଜିନ୍, ୩୦ ଏକେ-୪୭ ରାଉଣ୍ଡ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0