କୃଷି ଆଇନ୍କୁ ପୁଣି ଥରେ ସଂସଦରେ ଉପସ୍ଥାପନ କରାଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି । ମହରାଷ୍ଟ୍ରରେ ଏକ ସଭାରେ ଯୋଗ ଦେଇ ଏହା କହିଛନ୍ତି ନରେନ୍ଦ୍ର ସିଂ ତୋମାର। କେତେକ ଲୋକଙ୍କ ହିଂସାତ୍ମକ ବିରୋଧ ଯୋଗୁ କୃଷି ବିଲକୁ ପ୍ରତ୍ୟାହାର କରାଯାଇଛି ବୋଲି ତୋମାର କହିଛନ୍ତି । ଏହି ବିବାଦୀୟ କୃଷି ଆଇନକୁ ରଦ୍ଦ ପାଇଁ କେନ୍ଦ୍ର ମନ୍ତ୍ରୀ କିଛି ଲୋକଙ୍କୁ ଦାୟୀ କରିଛନ୍ତି । ବିନା ଅ଼ଲୋଚନା ଓ ବିତର୍କରେ ଏହି କୃଷି ଆଇନକୁ ରଦ୍ଦ କରାଯାଇଛି। ତେଣୁ ପରବର୍ତ୍ତୀ ସମୟରେ ଏହି ବିଲକୁ ପୁନର୍ବାର ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଆମେ ସଂଶୋଧିତ କୃଷି ଆଇନ ଆରିଥିଲୁ । ସ୍ୱାଧୀନତାରା ୭୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ ବଡ଼ ସଂସ୍କାର ପାଇଁ ପଦେକ୍ଷପ ନିଆଯାଇଥିଲା । ହେଲେ କିଛି ଲୋକଙ୍କୁ ଏହି ଆଇନ ପସନ୍ଦ ଆସିଲା ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ସରକାର ନିରୁତ୍ସାହିତ ନୁହନ୍ତି। ଅମେ ଗୋଟିଏ ପାଦ ପଛେଇଛୁ ଏବଂ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି । କାରଣ ଚାଷୀମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ଏହି ଅବସରରେ କୃଷିକ୍ଷେତ୍ରରେ ବେସରକାରୀ ପୁଞ୍ଜି ନିବେଶ ନେଇ ସେ ଅଧିକ ଜୋର ଦେଇଥିଲେ।
ସୂଚନା ଅନୁଯାୟୀ, ଦେଶ ବ୍ୟାପି ଲକ୍ଷ ଲକ୍ଷ ଚାଷୀଙ୍କ ପକ୍ଷରୁ ଜୋରଦାର ବିରୋଧ ପରେ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆଇକୁ ପ୍ରତ୍ୟାହାର ପାଇଁ ଘୋଷଣା କରିଥିଲେ। କୁହାଯାଉଛି ଆଗକୁ ୟୁପି ଏବଂ ପଞ୍ଜାବ ବିଧାନ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଆଇନ୍କୁ ଫେରେଇ ନିଆଯାଇଛି। କୃଷି ଆଇନକୁ ହଟାଇବା ପାଇଁ ଚାଷୀମାନେ ଦିନ ରାତି ଏକ କରିଦେଇଥିଲେ। ପଞ୍ଜାବ, ୟୁପି, ହରିୟାଣା ଏବଂ ରାଜସ୍ତାନର ହଜାର ହଜାର ଚାଷୀ ଆନ୍ଦୋଳନରେ ସାମିଲ ହୋଇ। ଏମିତିକି ଚାଷୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାରଙ୍କ ଯାବତୀୟ ପଦକ୍ଷେପ ଫେଲ ମାରିଥିଲା। ଶେଷରେ ଚାଷୀଙ୍କ ପାଖରେ ମୁଣ୍ଡ ନଇଁଥିଲେ କେନ୍ଦ୍ର ସରକାର। ଯେଉଁ ବିଲକୁ ଲୋକଙ୍କ ହିତ କହି ପ୍ରତ୍ୟାହାର କରିଥିଲେ ଏବେ ସରକାର ପୁଣି ଥରେ ୟୁ-ଟର୍ଣ୍ଣ ନେବା ଚର୍ଚ୍ଚା ଜୋର ଧରିଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0