spot_img

ରାସ୍ତା ପାର୍ଶ୍ଵରେ ପଡିଛି ଶହ ଶହ ମୃତ ବିଦେଶୀ ପକ୍ଷୀ

ଖୋର୍ଦ୍ଧା: ଜିଲ୍ଲାର ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଇଲାକାର ବଡପୋଖରିଆ ନିକଟ ରତାମାଟି ଛକରୁ ମୃତ ବିଦେଶୀ ପକ୍ଷୀ ଜବତ କରିଛି ବନ୍ୟପ୍ରଣୀ ବିଭାଗ । ତେବେ ନୂଆ ବର୍ଷ ନେଇ ଚିଲିକାର ବିଦେଶୀ ପକ୍ଷୀ ଙ୍କୁ ଶିକାର କରି ହୋଟେଲ ଓ ଢାବାକୁ ସପ୍ଲାଏ କରିବା ପାଇଁ ଯୋଜନା କରୁଥିଲେ ପକ୍ଷୀ ଶିକାରୀ । ମାତ୍ର ଚାଲାଣ ସମୟରେ ଧରାପଡ଼ିଯିବା ଭୟରେ ରାତି ଅଧରେ ପକ୍ଷୀମାନଙ୍କୁ ରାସ୍ତାରେ ଫୋପାଡ଼ି ଦେଇ ଚାଲିଯାଇଥିଲେ । ଏନେଇ ବନ୍ୟ ପ୍ରାଣୀ ବିଭାଗ ଟିମ୍ ମୃତ ପକ୍ଷୀଙ୍କୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
ନୂଆ ବର୍ଷ ନେଇ ଚିଲିକାର ଅତିଥି ସାଜିଥିବା ବିଦେଶାଗତ ପକ୍ଷୀ ଙ୍କୁ ଶିକାର କରିଯାଇ ବିଭିନ୍ନ ହୋଟେଲ ଓ ଢାବା କୁ ସପ୍ଲାଇ ହେବାପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏ ସମ୍ପର୍କରେ ବନ୍ୟପ୍ରାଣୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇବା ପରେ ପେଟ୍ରୋଲିଂ ବ୍ୟବସ୍ଥା କୁ ଜୋରଦାର କରିଥିଲେ । ଶିକାରୀ ମାନେ ପକ୍ଷୀ ଶିକାର କରି ସାରିବା ପରେ ସ୍ଥାନାନ୍ତର କରୁଥିଲେ ମାତ୍ର ସେଥିରେ ସେମାନେ ସଫଳ ହୋଇପାରି ନଥିଲେ । ଅନ୍ଧାର ରାତିରେ ଧରାପଡିଯିବା ଭୟରେ ମୃତ ପକ୍ଷୀ ଗୁଡିକୁ ରାସ୍ତା ପାର୍ଶ୍ଵରେ ଫୋପାଡ଼ି ଚମ୍ପଟ ମାରିଛନ୍ତି ପକ୍ଷୀ ଶିକାରୀ ତଥା ସ୍ଥାନାନ୍ତର କରୁଥିବା ବ୍ୟକ୍ତି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଇଲାକାର ବଡପୋଖରୀଆ ଛକ ନିକଟ ରତାମାଟି ଛକ ନିକଟରୁ ଶହ ଶହ ମୃତ୍ୟୁ ବିଦେଶୀ ପକ୍ଷୀ ପଡିଥିବା ର ଦୃଶ୍ୟ ଆଜି ସକାଳୁ ସକାଳୁ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ଟିମ୍ ସେସବୁ ଦେଖି ଜବତ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular