spot_img

ଭୁବନେଶ୍ୱରରୁ ଆଉ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ଆଉ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୯୮ଜଣ କ୍ୱରେଣ୍ଟାଇନରେ ଥିବା ବେଳେ ୫୧ ଜଣ ଲୋକାଲ କଣ୍ଟାକ୍ଟ ରହିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି ।
ଶିରିପୁର କନ୍ଧସାହିରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସାଲିଆ ସାହିରୁ ୧୧ ନୟାପଲ୍ଲୀ ବିଟ୍ର କଲୋନିରୁ ୭,ଡ଼ୁମଡୁମାରୁ ୬, ୟୁନିଟ ୬ ରୁ ୪, ଖଣ୍ଡଗିରି ତପୋବନ ବସ୍ତିରୁ ୩, ବରଗଡ଼ ବ୍ରିଟ କଲୋନିର ୩, ୟୁନିଟ୧ରୁ ୩, ଓଲଡ଼ ଟାଉନରୁ ୪ ଲୋକାଲ କେସ ଚିହ୍ନଟ । ସେହିପରି ଭାବେ ଭୁବନେଶ୍ୱରରୁ ଆଉ ୧୪୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ସୁଦ୍ଧା ବିଏମସି ଅଞ୍ଚଳରୁ ୩୨୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୮ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୧୯୪୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏବେ ୧୨୫୪ ଜଣ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular