ବଲିଉଡର ପ୍ରସିଦ୍ଧ ଗାୟକ ଏବଂ ଅଭିନେତା କିଶୋର କୁମାରଙ୍କ ଆଜି ୯୧ତମ ଜନ୍ମ ଦିବସ । କିଶୋର କୁମାର ୪ ଅଗଷ୍ଟ ୧୯୨୯ ମସିହାରେ ମଧ୍ୟପ୍ରଦେଶର ଇନେ୍ଦାରରେ ଜନ୍ମ ଗ୍ରହଣ କରିଥିଲେ । ଆଜି ତାଙ୍କର ଜନ୍ମ ଦିବସରେ ବିଶ୍ୱବାସୀ ସମସ୍ତେ ତାଙ୍କୁ ଖୁବ୍ ମନେ ପକାଉଛନ୍ତି । ସେହିଭଳି ଗାୟକ ଆୟୁଷ୍ମାନ ଖୁରାନା କିଶୋର କୁମାରଙ୍କ ୯୧ତମ ଜନ୍ମଦିନରେ ତାଙ୍କୁ ମନେ ପକାଇଛନ୍ତି । ଆଜିର ଦିନରେ ଆୟୁଷ୍ମାନ ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କୁ ମନେପକାଇ ନିଜର ଇନଷ୍ଟାଗ୍ରାମରେ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ “ଓ ମେରେ ଦିଲ୍ କେ ଚେନ୍” ଗୀତ ଗାଉଥିବାର ନଜର ଆସିଛନ୍ତି ।
ସୋସିଆଲ ମିଡିଆରେ ଏହି ଥ୍ରୋବ୍ୟାକ୍ ଭିଡିଓ ସେୟାର କରିବା ସହ ଆୟୁଷ୍ମାନ ଲେଖିଛନ୍ତି, “ହାପ୍ପୀ ବାର୍ଥ ଡେ କିଶୋର ଦା । ଏହି ଭିଡିଓ ପୋଲାଣ୍ଡର କ୍ରାକୋରେ ଗତ ୨୦୧୮ ମସିହା ଜୁଲାଇ ମାସରେ କରିଥିଲି । ଆଗକୁ ଆୟୁଷ୍ମାନ ଏହା ମଧ୍ୟ କହିଛନ୍ତି ମୁଁ କିଶୋର କୁମାରଙ୍କର ବହୁତ ବଡ ଫ୍ୟାନ୍ ଏବଂ ଏହି ଗୀତ ମୋର ସବୁଠାରୁ ପ୍ରିୟ । ସାରା ଦିନ କାମ କରୁଥିବା ସମୟରେ ମଧ୍ୟ ମୁଁ ଏହି ଗୀତ ଶୁଣୁଥାଏ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 1