spot_img

ମହିଳାଙ୍କୁ ଦୁର୍ବ୍ୟବହାର

ମହିଳା ଏବଂ ଯୁବକଙ୍କ ମଧ୍ୟରେ ଧାର ଟଙ୍କା କୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି । ଯୁବକଜଣକ ମହିଳାଙ୍କୁ ମାର୍‌ପିଟ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ଧଉଳି ଥାନାରେ ମହିଳା ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ସଂପୃକ୍ତ ମହିଳା ଏବଂ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଶିଶୁପାଳଗଡ଼ ଅଞ୍ଚଳରେ ଯୁବକଙ୍କ ଘର ୧ ନମ୍ବର ମାର୍କେଟରେ ବ୍ୟବସାୟ କରନ୍ତି। ଅଭିଯୋଗକାରୀ ମହିଳା ସମ୍ପୃକ୍ତ ଯୁବକଙ୍କୁ ବ୍ୟବସାୟ କରିବା ପାଇଁ ୫ଲକ୍ଷ ଟଙ୍କା ଧାର ଦେଇଥିଲେ। ଏନେଇ ମହିଳା ତାଙ୍କ ପାଖକୁ ସୋମବାର ଦିନ ସଂଧ୍ୟାରେ ଟଙ୍କା ମାଗିବାକୁ ଯାଇଥିଲେ ଏହା ପରେ ଏହି ଅଘଟଣ ଘଟିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular