spot_img

୩ ଦିନ ବନ୍ଦ ରହିବ ପ୍ଲାନେଟାରିୟମ୍‌

ଓମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ହେବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି । ଭୁବନେଶ୍ବରସ୍ଥିତ ପଠାଣିସାମନ୍ତ ପ୍ଲାନେଟାରିୟମ୍ ଓ ବୁର୍ଲାସ୍ଥିତ ଏପିଜେ ଅବ୍ଦୁଲ କଲାମ୍ ପ୍ଲାନେଟାରିୟମ୍ ଡିସେମ୍ବର ୩୧ ତାରିଖ ଠାରୁ ଜାନୁଆରି ୨ ତାରିଖ ପର୍ୟ୍ୟନ୍ତ ଦର୍ଶକ ମାନଙ୍କ ପାଇଁ ବନ୍ଦ ରହିବ । ନୂଆ ବର୍ଷ ରେ ବିଭିନ୍ନ ଧର୍ମାନୁଷ୍ଠାନରେ ଭିଡ ନହେବାକୁ ୩ ଦିନ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ । ବିଏମ୍ସିର କଟକଣା ଅନୁସାରେ ଡିସେମ୍ବର ୩୧ ଠାରୁ ଜାନୁଆରି ୨ ତାରିଖ ପର୍ୟ୍ୟନ୍ତ ମନ୍ଦିର, ମସଜିଦ୍, ଗୁରୁଦ୍ୱାରା, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular