ନିର୍ଦ୍ଧାରିତ ସମୟରେ ବିଧାନସଭା ନିର୍ବାଚନ କରାଇବାକୁ ମୁଖ୍ୟ ନିର୍ବାଚନ କମିସନର୍ ସୁଶୀଲ୍ ଚନ୍ଦ୍ରା କହିଛନ୍ତି। ଆଗାମୀ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଏବଂ ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ପର୍କରେ ସୁନିଶ୍ଚିତ ହେବା ନିମନ୍ତେ ଭାରତ ନିର୍ବାଚନ କମିସନ୍ର ଏକ ପ୍ରତିନିଧି ଦଳ ତିନିଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନ୍ କହିଛନ୍ତି, ସବୁ ରାଜନୈତିକ ଦଳର ପ୍ରତିନିଧିମାନେ ଆମକୁ ଭେଟି କହିଛନ୍ତି କି, କୋଭିଡ୍-୧୯ ନିୟମ ରକ୍ଷା କରି ନିର୍ଦ୍ଧାରିତ ସମୟରେ ନିର୍ବାଚନ କରାଯିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାନୁଆରି ୫ ତାରିଖ ଦିନ ଭୋଟର୍ମାନଙ୍କର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ଏବଂ ଭୋଟ୍ ଗ୍ରହଣ ଦିନ ସକାଳ ୮ଟାରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ ଭୋଟ୍ ଦାନ ଚାଲିବ। ଭୋଟିଙ୍ଗ୍ ବୁଥ୍ରେ ‘ଭିଭିପାଟ୍’ ଇନ୍ଷ୍ଟଲ୍ କରାଯିବ। ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ନିମନ୍ତେ ସୁନିଶ୍ଚିତ ହେବାକୁ ପ୍ରାୟ ୧ ଲକ୍ଷ ଭୋଟିଙ୍ଗ୍ ବୁଥ୍ରେ ‘ଲାଇଭ୍ ୱେବ୍କାଷ୍ଟିଙ୍ଗ୍’ ବ୍ୟବସ୍ଥା କରାଯିବ। ମତଦାନ କେନ୍ଦ୍ରକୁ ଆସିବାକୁ ଅସମର୍ଥ ଅଶୀରୁ ଊର୍ଦ୍ଧ୍ବ ବୟସ୍କ, ଭିନ୍ନକ୍ଷମ ଏବଂ କୋଭିଡ୍ ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଘରେ ନିର୍ବାଚନ କମିସନ୍ ପହଞ୍ଚିବ ବୋଲି ସେ କହିଛନ୍ତି ଜାନୁଆରି ପ୍ରଥମ ସପ୍ତାହରେ ‘ପୋଲ୍ ପାନେଲ୍’ ଉପରୋକ୍ତ ନିର୍ବାଚନର କାର୍ୟ୍ୟନିର୍ଘଣ୍ଟ ଘୋଷଣା କରିବେ ବୋଲି ଆଶା କରାଯାଉଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0