ସୁମିତ ତପସ୍ୱିନୀଙ୍କ ବିବାହ ମାମଲା କୁ ନେଇ ମଙ୍ଗଳବାର ଜିଲ୍ଲା କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ଆଦେଶ ଦେଇଛନ୍ତି ସୁମିତଙ୍କ ସହ ତାଙ୍କ ବ୍ରହ୍ମାନଗରସ୍ଥିତ ନିଜ ଘରେ ତପସ୍ୱିନୀ ରହିବେ ବୋଲି । ତପସ୍ୱିନୀଙ୍କୁ ମାସକୁ ୧୭ ହଜାର ଟଙ୍କା ଦେବେ ସୁମିତ । ପ୍ରତି ମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ । ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ତପସ୍ୱିନୀ ଓ ସୁମିତଙ୍କ ବୈବାହିକ ଜୀବନକୁ ବ୍ରହ୍ମପୁରରେ ବିବାଦ ଜୋର ଧରିଛି । ତପସ୍ୱିନୀ ଶ୍ୱଶୁର ଘର ଆଗରେ ଧାରଣାରେ ବସିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। କୋର୍ଟରେ ଶୁଣାଣି ହୋଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0