କରୋନାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲଗାଯାଇଛି। ତା ସହ ଅନେକ କଟକଣା ମଧ୍ୟ ଲଗାଯାଇଛି। ତେବେ ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତୈନ୍ଦ୍ର ଜୈନ ସ୍ପଷ୍ଟ କରିଛନ୍ତି ଯେ, ରାଜଧାନୀରେ ସଂପୂର୍ଣ୍ଣ ଲକଡାଉନ୍ ଲାଗିବ ନାହିଁ। ଦିଲ୍ଲୀରେ ମଙ୍ଗଳବାର ଏ ପର୍ଯ୍ୟନ୍ତ ୫୫୦୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ କରୋନା ମହାମାରୀର ସଂକ୍ରମଣ ହାର ୮.୫ ପ୍ରତିଶତ ବୃଦ୍ଧି ଘଟିଛି। ଗତକାଲି ଦିଲ୍ଲୀରେ ୪୦୧୧ କେସ୍ ସାମ୍ନାକୁ ଆସିଥିବା ବେଳେ ପଜିଟିଭ୍ ହାର ୪.୬୩ ପ୍ରତିଶତ ରହିଥିଲା। କରୋନାରେ ଜଣଙ୍କ ମୃତ୍ୟୁ ଘଟିଥିବା ମନ୍ତ୍ରୀ ଜୈନ ସୂଚନା ଦେଇଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0