ସମଗ୍ର ବିଶ୍ୱରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧.୨୭ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଭୟାନକ ପରିସ୍ଥିତିକୁ ଦେଖି, WHO କରୋନା ସଂକ୍ରମିତ ପାଇଁ କ୍ୱାରେଣ୍ଟାଇନ ଅବଧିରେ କୌଣସି ପରିବର୍ତ୍ତନ କରିନାହିଁ ।
WHO ପକ୍ଷରୁ ତଥାପି କୁହାଯାଇଛି ଯେ, ଯଦି ଜଣେ କରୋନା ସଂକ୍ରମିତ ହୁଅନ୍ତି, ତେବେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ଯଦିଓ ବର୍ତ୍ତମାନ କରୋନା ଦ୍ୱାରା ସଂକ୍ରମିତ ଅଧିକାଂଶ ଲୋକ ପାଞ୍ଚରୁ ସାତ ଦିନ ମଧ୍ୟରେ ସୁସ୍ଥ ହେଇଯାଉଛନ୍ତି । କୋଭିଡ ଉପରେ WHO ର ଇନସିଡେଣ୍ଟ ମ୍ୟାନେଜମେଣ୍ଟ ସପୋର୍ଟ ଟିମର ମୁଖ୍ୟ ଅବଦି ମହମୁଦ କହିଛନ୍ତି ଯେ ରାଜ୍ୟବାସୀଙ୍କ ଅବସ୍ଥାକୁ ଆଧାର କରି କ୍ୱାରେଣ୍ଟାଇନ ଅବଧି ବିଷୟରେ ରାଜ୍ୟ ନିଷ୍ପତ୍ତି ନେବା ଉଚିତ ।
ଅବଦି ମହମୁଦ କହିଛନ୍ତି ଯେ ଯେଉଁ ଦେଶରେ କ୍ୱାରେଣ୍ଟାଇନ ଅବଧି ଅଧିକା ରହୁଛି, ସେ ଦେଶରେ ସଂକ୍ରମଣ ଆଶଙ୍କା କମ୍ ଥାଏ । କାରଣ ଏପରି କରିବା ଦ୍ୱାରା ସଂକ୍ରମଣର ଗତିକୁ ରୋକିବାରେ ସାହାଯ୍ୟ ହେବ । କୋଭିଡ ଲକ୍ଷଣ ବିଷୟରେ ବର୍ଣ୍ଣନା କରି WHO ଅଧିକାରୀ କହିଛନ୍ତି ଯେ ନୂତନ ବିଶ୍ଳେଷଣକୁ ଆଧାର କରି ଏହା କୁହାଯାଇପାରେ ଯେ ଜଣେ ବ୍ୟକ୍ତି ଏକାସାଙ୍ଗରେ ଉଭୟ କୋଭିଡ ଏବଂ ସ୍ୱାଇନ୍ ଫ୍ଲୁରେ ସଂକ୍ରମିତ ହୋଇପାରେ । ଯଦିଓ ଉଭୟ ଭୂତାଣୁର ପ୍ରକୃତି ଅଲଗା ଏବଂ ଉଭୟ ଭିନ୍ନ ଭିନ୍ନ ଉପାୟରେ ମାନବ ଶରୀରରେ ପ୍ରବେଶ କରନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0