spot_img

ବସ୍-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା

ଝାରଖଣ୍ଡ : ପାକୁଡ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଅତି କମରେ ୮ଜଣଙ୍କ ମୃତ୍ୟୁ ହୋଇଛି । ୧୬ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର । ମୃତ୍ୟୁ ସଂଖ୍ୟା ବଢିପାରେ । ଏହି ଘଟଣା ଆମ୍ରାପଡା ପୋଲିସ ଷ୍ଟେସନ ଅଞ୍ଚଳର ପେଡର କୋଲା ଗ୍ରାମ ନିକଟରେ ଘଟିଛି । ଯାତ୍ରୀ ବାହି ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକକି ଗ୍ୟାସ ସିଲିଣ୍ଡର ଭର୍ତ୍ତି ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି । ଅମ୍ରାପଡା ପୋଲିସ କହିଛି ଯେ ଅନେକ ଲୋକ ଚେତାଶୂନ୍ୟ ତଥା ଅତ୍ୟଧିକ ଥଣ୍ଡା ହେତୁ ଦୁର୍ଘଟଣାର ପ୍ରକୃତ ଆକଳନ କରାଯାଇନି । ମୃତ ଓ ଆହତମାନଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି। ଘଟଣାସ୍ଥଳରୁ ମୃତଦେହ ସବୁ ରାସ୍ତାରେ ପଡ଼ିଥିବାର ନଜର ଆସିଛି । ମୃତକଙ୍କ ମଧ୍ୟରେ ମହିଳା ବି ରହିଛନ୍ତି ।

ସୂଚନାଅନୁୟାୟୀ, ବୁଧବାର ସକାଳେ ଲିଟିପଡା-ଅମଦପାରା ମୁଖ୍ୟ ରାସ୍ତାରେ ବାବା କମ୍ପାନୀର ବସ୍ ଏବଂ ସିଲିଣ୍ଡର ବୋଝେଇ ଟ୍ରକ ପେଡରକୋଲା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦ୍ରୁତ ଗତିରେ ଆସୁଥିବା ଏକ ଅନିୟନ୍ତ୍ରିତ ଟ୍ରକ ବସ୍ କୁ ଧକ୍କା ଦେଇଥିଲା । ଦୁର୍ଘଟଣାର ପରିଣାଣ ଏତେ ଶକ୍ତିଶାଳୀ ଥିଲା ଯେ ଉଭୟ ଗାଡି ଭାଙ୍ଗି ଚୂରମାର ହୋଇଯାଇଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ବସ୍‌ରେ ଥିଲେ । ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍ ଚାଳକମାନେ ରାସ୍ତାରେ ପଡ଼ିଯାଇଥିଲେ । ଭୟଙ୍କର ଶବ୍ଦ ଶୁଣି ନିକଟସ୍ଥ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular