ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଦୀର୍ଘ ସମୟ ଧରି ରିଲେସନସିପରେ ଅଛନ୍ତି। ଉଭୟ ଡେଟରୁ ନେଇ ଭ୍ୟାକେସନ୍ ପର୍ଯ୍ୟନ୍ତ ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି। ବର୍ତ୍ତମାନ ଖବର ଆସୁଛି, ଏହି କପଲ୍ ସେମାନଙ୍କ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ପ୍ରସ୍ତୁତ ଅଛନ୍ତି।

ସୂଚନା ଅନୁଯାୟୀ, ଫରହାନ-ଶିବାନୀ ଚଳିତ ବର୍ଷ ମାର୍ଚ୍ଚ ମାସରେ ବିବାହ କରିବାକୁ ଯାଉଛନ୍ତି। ଏହି କପଲ୍ ମୁମ୍ବାଇରେ ବିବାହ କରିବାକୁ ପ୍ଲାନିଂ କରୁଛନ୍ତି। ତେବେ କରୋନାକୁ ଦୃଷ୍ଟିରେ ରଖି ସେମାନଙ୍କ ବିବାହରେ ସୀମିତ ସଂଖ୍ୟକ ଲୋକଙ୍କୁ ନିମନ୍ତଣ କରିବେ ବୋଲି କୁହାଯାଉଛି। ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ ନିକଟତର ବନ୍ଧୁମାନଙ୍କୁ ନିମନ୍ତଣ କରାଯିବ। ଦୁହେଁ ବିବାହ ପାଇଁ ଏକ ଫାଇଭ୍ ଷ୍ଟାର୍ ହୋଟେଲ୍ ମଧ୍ୟ ବୁକ୍ କରିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0