ସମଗ୍ର ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପି ଚାଲିଛି। ମହାରାଷ୍ଟ୍ରରେ କରୋନା ମାମଲା ସର୍ବାଧିକ। ମଙ୍ଗଳବାର ଦିନ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ୧୦୮୬୦ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ୨୦ ରୁ ଅଧିକ ବଲିଉଡ ଷ୍ଟାର ଏହି ଭାଇରସରେ ସଂକ୍ରମିତ ହୋଇସାରିଛନ୍ତି। ଏହି ସମୟରେ କରୋନା ଅମିତାଭ ବଚ୍ଚନଙ୍କ ବଙ୍ଗଳା ଜଲସାରେ ମଧ୍ୟ ପ୍ରବେଶ କରିଛି। ବିଗ୍ ବିଙ୍କ ଘରେ କାମ କରୁଥିବା ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି।
ବିଗ୍ ବି ତାଙ୍କ ବ୍ଲଗରେ ଏହି ସୂଚନା ଦେଇଛନ୍ତି। ଅମିତାଭ ଲେଖିଛନ୍ତି – ମୁଁ ଘରୋଇ କରୋନାର ଅବସ୍ଥା ସହିତ ଡିଲ୍ କରୁଛି। ପରେ ଆପଣଙ୍କ ସହ କଥା ହେବି। ବିଗ୍ ବିଙ୍କ ଘର ଜଲସା ଏବଂ ପ୍ରତୀକ୍ଷାରେ କାର୍ଯ୍ୟ କରୁଥିବା ୩୧ ଜଣ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଥିଲା। ଯେଉଁଥିରୁ ଜଣେ କର୍ମଚାରୀଙ୍କ ରିପୋର୍ଟ ପଜେଟିଭ ଆସିଛି। ଗତ ବର୍ଷ ଅମିତାଭ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0