ବାଲେଶ୍ଵର:ଦକ୍ଷୀଣ-ପୂର୍ବ ରେଳପଥର ବିକାଶ ସହିତ ବାଲେଶ୍ଵର ଜିଲ୍ଲା ନିଳଗିରି, ବସ୍ତା ଓ ଜଳେଶ୍ଵର ଷ୍ଟେସନ ର ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇସାରିଥିବା ବେଳେ ଉକ୍ତ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ସହ ତୃତୀୟ ଲାଇନର ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ। ସୂଚନା ଅନୁଯାୟୀ ଦକ୍ଷିଣ-ପୂର୍ବ ରେଳପଥ ପଶ୍ଚିମବଙ୍ଗର ଖଡ଼ଗପୁର ଠାରୁ ଭଦ୍ରକ ପର୍ୟ୍ୟନ୍ତ ଥିବା ପ୍ରତି ଖଡ଼ଗପୁର ଡିଭିଜନର ବୈମାତୃକ ମନୋଭାବ ଯୋଗୁଁ ପ୍ରାୟତଃ ସମସ୍ତ ଷ୍ଟେସନ ଗୁଡ଼ିକ ର ଉନ୍ନତି ଦେଖିବାକୁ ମିଳୁନଥିଲା। ତେବେ କେନ୍ଦ୍ର ରେଳମନ୍ତ୍ରୀ ଭାବରେ ବାଲେଶ୍ଵରର ପୂର୍ବତନ ଜିଲ୍ଲାପାଳ ଅଶ୍ବନୀ ବୈଷ୍ଣବ ଆସିବା ପରେ ବିଭିନ୍ନ ସ୍ଥାନରେ ଶିଳାନ୍ୟାସ କରାଯାଇଛି। ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଶ୍ରୀ ବୈଷ୍ଣବ ଆଜି ବାଲେଶ୍ଵର ଜିଲ୍ଲା ର ନିଳଗିରି, ବସ୍ତା ଏବଂ ଜଳେଶ୍ଵର ରେ ନୂତନ ଷ୍ଟେସନର ଶିଳାନ୍ୟାସ ସହ ସାଧାରଣ ସଭା ରେ ଯୋଗଦାନ କରିଥିଲେ। ବସ୍ତା ଷ୍ଟେସନରେ ବିଜେପି, କଂଗ୍ରେସ ଏବଂ ରେଳ ସୁରକକ୍ଷା କମିଟି ପକ୍ଷରୁ ଓଭରବ୍ରିଜ ନିର୍ମାଣ, ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଦାବି ପତ୍ର ଦିଆଯାଇଥିବା ବେଳେ ଏନେଇ ଜଳେଶ୍ଵରରେ ଏକ୍ସପ୍ରେସ ଟ୍ରେନ , ସହିତ ସାପ୍ତାହିକ ଟ୍ରେନ ରହଣି , ମାଲଗୋଦାମ ଏବଂ ଅଧିକ ପାସେଞର ଟ୍ରେନ ଚଳାଚଳ ପାଇଁ ଦାବି ପ୍ରଦାନ କରାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0