ଯାଜପୁର: ଧର୍ମଶାଳା ବ୍ଲକ ଶ୍ରୀବନ୍ତପୁର ପଞ୍ଚାୟତର ନାନପୁର ଗ୍ରାମର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ସୂଚନା ଅନୁଯାୟୀ ସାତରୁ ଉର୍ଦ୍ଧ ମୁସଲିମ ପରିବାର ଆଜକୁ ପାଞ୍ଚ ଦଶନ୍ଧି ଧରି ସରକାରୀ ଜମି ଉପରେ ରହି ଆସୁଥିଲେ। କୌଣସି କାରଣକୁ ନେଇ ଫେନି ବିବି ପରିବାରର ଲୋକଙ୍କୁ ମସଜିଦ, ନଳକୂପ ଏବଂ ସାଧାରଣ ଚଳଣିରେ ବାରଣ କଲେ ଅନ୍ୟ ମୁସଲିମ ପରିବାରର ଲୋକମାନେ । ଏହା ପରେ ଜମିଜୁମା, ବାଉଁଶ ହଣାକୁ ନେଇ ଉତକ୍ଷିପ୍ତ ହୋଇ ଦଳ ବଦ୍ଧଭାବରେ ଫେନି ବିବିର ସପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାକୁ ନେଇ ଫେନି ବିବି ଡିସେମ୍ବର ୨୫ ତାରିଖରେ ସେହି ଲୋକଙ୍କ ନାଁ ରେ ମାମଲା ରୁଜୁ କରିଥିଲେ । ମାତ୍ର କୂଆଖିଆ ଥାନା ପୋଲିସ୍ ମରଣନ୍ତାକ ଆକ୍ରମଣ ଭଳି ଘଟଣାକୁ କୋହଳ ଦଫା ଲଗାଇ ନିଜର କର୍ତ୍ତବ୍ୟ ସାରି ଦେଇଛି। ମାତ୍ର ଏପଟେ ଫେନି ବିବିର ନିଜ ପରିବାର ଜୀବନ ପ୍ରତି ବିପଦ ଥିବାରୁ ଭିଟାମାଟି ଛାଡି ବାହାରେ ଆଶ୍ରୟ ନେଉଛନ୍ତି ।ଏନେଇ କୂଆଖିଆ ପୋଲିସକୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0