କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ନିଜର ଦିଲ୍ଲୀବାସଭବନରେ ରବିବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ପଣ୍ଡିତ ବିରଜୁ ମହାରାଜ ୧୬ ତାରିଖ ରାତିରେ ନିଜର ନାତି ସହିତ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଦିଲ୍ଲୀର ସାକେତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କିଛିଦିନ ଆଗରୁ ପଣ୍ଡିତ ବିରଜୁ ମହାରାଜ କିଡନି ରୋଗରେ ପୀଡ଼ିତ ହୋଇଥିଲେ ଏବଂ ତାଙ୍କର ଡାଇଲିସିସ୍ କରାଯାଉଥିଲା। ରତୀୟ ଶାସ୍ତ୍ରୀୟ ନୃତ୍ୟ ଜଗତର କିଂବଦନ୍ତୀ ପୁରୁଷ ପଣ୍ଡିତ ବିରଜୁ ମହାରାଜ ୧୯୩୮ ମସିହା ଫେବ୍ରୁଆରି ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ସିନେ-ଜଗତ ସହ ମଧ୍ୟ ପଣ୍ଡିତ ମହାରାଜଙ୍କର ସଂପର୍କ ରହିଥିଲା। ସେ ବହୁ ଚଳଚ୍ଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0