ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଆଜି ଅପରାହ୍ଣରେ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ରିଲିଜ୍ କରି ‘ବିଜେପି’ କହିଛି। ମୁଖ୍ୟମନ୍ତ୍ରୀଙ୍କର ଦୁର୍ଗ ତଥା ୨୦୧୭ ଯାଏଁ ତାଙ୍କୁ କ୍ରମାଗତ ୫ ଥର ଲୋକସଭାକୁ ନିର୍ବାଚିତ କରିଥିବା ଗୋରଖପୁର (ଅର୍ବାନ୍) ଆସନ ପାଇଁ ମାର୍ଚ ୩ ତାରିଖ ଦିନ ଅର୍ଥାତ୍ ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ କରାଯିବ । ସାମ୍ବାଦିକମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବହୁ ବିଚାର ଆଲୋଚନା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦଳର ବିଶିଷ୍ଟ ନେତୃବୃନ୍ଦ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ କେବେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ନ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ମନ୍ଦିରମାଳିନୀ ନଗରୀ ଅଯୋଧ୍ୟା କିଂବା ମଥୁରାରୁ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0