ସୁପ୍ରିମ କୋର୍ଟଙ୍କ ବଡ଼ ରାୟ । ଏଣିକି ଝିଅଙ୍କୁ ମିଳିବ ତା ର ଅଧିକାର । ପୈତୃକ ସମ୍ପତ୍ତି ରୁ ବଞ୍ଚିତ ହେବେନି ଝିଅ । ପୂର୍ବ ରାୟକୁ ଆଜି ପୁଣି ଥରେ ଦୋହରାଇଛନ୍ତି ସୁପ୍ରିମକୋର୍ଟ । ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ। ପୈତୃକ ସମ୍ପତ୍ତି ଭାଗ ପରେ ଝିଅଙ୍କୁ ବି ମିଳିବ ସମାନ ଅଧିକାର । ପୈତୃକ ସମ୍ପତ୍ତି ଉପରେ ଝିଅର ରହିଛି ଜନ୍ମଗତ ଅଧିକାର । ଯଦି, ବାପାଙ୍କ ମୃତ୍ୟୁ ୧୯୫୬ ପୂର୍ବରୁ ହୋଇଥିଲେ ବି ଏହି ନିୟମ କାର୍ୟ୍ୟକାରୀ ହେବ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍ ଅବଦ୍ଦୁଲ ନାଜିର ଓ ଜଷ୍ଟିସ୍ କ୍ରିଷ୍ଣା ମୂରାରୀଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଥିଲା। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି, ଝିଅଙ୍କୁ ପୈତୃକ ସମ୍ପତ୍ତି ଦେବାରେ କେହି ବିରୋଧ କରିପାରିବେ ନାହିଁ।
ପୂର୍ବର ୁଏକ ମାମଲାର ଉଦାହରଣ ଦେଇ କୋର୍ଟ କହିଛନ୍ତି କି, ପୈତୃକ ସମ୍ପତ୍ତି ଉପରେ ସମସ୍ତ ସନ୍ତାନଙ୍କ ସମାନ ଅଧିକାର ରହିଛି । ଯଦି, ଏହା ନମିଳେ ତେବେ ଝିଅମାନେ ଏଥିପ୍ରତି ଦାବି କରିପାରିବେ। ପୂର୍ବରୁ ୨୦୧୮ ମସିହାରେ ଏ ସଂକ୍ରାନ୍ତରେ ରାୟ ଶୁଣାଇ ଝିଅ ଓ ପୁଅକୁ ସମାନ ଅଧିକାର ମିଳିବ ବୋଲି କୋର୍ଟ କହିଥିଲେ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0