spot_img

ଇଣ୍ଡିଆ ଗେଟ୍‌ରେ ନିର୍ମାଣ କରିବେ ନେତାଜୀଙ୍କ ପ୍ରତିମୂର୍ତ୍ତି

ଇଣ୍ଡିଆ ଗେଟ୍‌ରେ ନିର୍ମାଣ କରିବେ ନେତାଜୀଙ୍କ ପ୍ରତିମୂର୍ତ୍ତି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟୁଇଟ୍‌ ପରେ ପ୍ରତିମୂର୍ତ୍ତି ନିର୍ମାଣକୁ ନେଇ ତତ୍ପରତା ପ୍ରକାଶ ପାଇଛି । ଭାସ୍କର୍ଯ୍ୟ ଶିଳ୍ପୀ ତଥା ନୂଆଦିଲ୍ଲୀସ୍ଥିତ ‘ନାସନାଲ୍‌ ଗ୍ୟାଲେରି ଅଫ୍‌ ମଡର୍ଣ୍ଣ ଆର୍ଟ’ର ମହାନିର୍ଦ୍ଦେଶକ ଅଦ୍ବୈତ ଗଡ଼ନାୟକ ଏହାକୁ ନିର୍ମାଣ କରିବେ । ସମ୍ବାଦ’କୁ ସୂଚନା ଦେଇ ଶ୍ରୀ ଗଡ଼ନାୟକ କହିଛନ୍ତି, ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଦିଲ୍ଲୀରେ ଆରମ୍ଭ ହୋଇସାରିଛି। ଗତ ତିନି ମାସ ତଳୁ ପ୍ରତିମୂର୍ତ୍ତି ନିର୍ମାଣ ସଂପର୍କରେ ବିଚାରବିମର୍ଶ ଆରମ୍ଭ ହୋଇଥିଲା । ନେତାଜୀଙ୍କ ପ୍ରତିମୂର୍ତ୍ତି କଳା ମୁଗୁନି ପଥରରେ ନିର୍ମାଣ ହେବ । ଏହାର ଉଚ୍ଚତା ୨୮ ଫୁଟ ରହିବ । ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୩୦ ଶିଳ୍ପୀ ନିୟୋଜିତ ହେବେ । ଦକ୍ଷିଣ ଭାରତର ଅଧିକାଂଶ ଶିଳ୍ପୀଙ୍କୁ ଏଥିରେ ସାମିଲ କରାଯିବ । ଶ୍ରୀ ଗଡ଼ନାୟକଙ୍କ ସୂଚନା ହେଲା, ଚଳିତ ବର୍ଷ ଅଗଷ୍ଟ ୧୫ ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ସରିବ। ଆସନ୍ତା ସ୍ବାଧୀନତା ଦିବସରେ ଏହାକୁ ଇଣ୍ଡିଆ ଗେଟ୍‌ରେ ସ୍ଥାପନ କରାଯିବାର ଯୋଜନା ରହିଛି ।  ଦିଲ୍ଲୀ ରାଜଘାଟରେ ଦାଣ୍ଡି ଯାତ୍ରା ସ୍ମାରକୀ, ସ୍କଟଲ୍ୟାଣ୍ଡରେ ଆତ୍ମା, ଡେନମାର୍କରେ ପ୍ରାର୍ଥନା ଓ ଶ୍ରୀଲଙ୍କାରେ ଇମ୍ପ୍ରେସନ୍‌ ଆଦି ସ୍ଥାପତ୍ୟ ସ୍ବନାମଧନ୍ୟ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ଗଡ଼ନାୟକଙ୍କ ଅନବଦ୍ୟ ସୃଷ୍ଟି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular