spot_img

ବାପା ହେବାକୁ ଯାଉଛନ୍ତି ଆଦିତ୍ୟ ନାରାୟଣ

ଦମ୍ପତି ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି । ସୋସିଆଲ ମିଡିଆରେ ଆଦିତ୍ୟ ଲେଖିଛନ୍ତି, ଶ୍ୱେତା ଏବଂ ମୁଁ ଆପଣ ସମସ୍ତ ଆଶୀର୍ବାଦ ସହିତ ଖୁବ୍ ଶୀଘ୍ର ଆମର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛୁ ।  ଦୁହେଁ ଫଟୋରେ  ବହୁତ ଖୁସି ଦେଖାଯାଉଛନ୍ତି । ଯେଉଁଥିରେ ଆଦିତ୍ୟ ଏବଂ ତାଙ୍କ ପତ୍ନୀ ବେବି ବମ୍ପ ସହ ନଜର ଆସିଛନ୍ତି । ଆଦିତ୍ୟ ଏବଂ ଶ୍ୱେତା ୨୦୧୦ରେ ଫିଲ୍ମ ‘ଶାପିତ୍‌’ରେ ଏକାଠି କାମ କରିଥିଲେ । ଦୁହେଁ ପ୍ରାୟ୧୦ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୧ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ । ଏବେ ଏହି ଦମ୍ପତି ତାଙ୍କ ଘରର ନୂଆ ସଦସ୍ୟକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular