ନୂଆଦିଲ୍ଳୀ: ସାଧାରଣତନ୍ତ୍ର ଦିବସ ପରେଡ୍ରେ ଯୋଗଦେଉଥିବା ଲୋକେ ସମ୍ପୂର୍ଣ୍ଣ ରୂପେ କୋଭିଡ୍ ନିରୋଧୀ ଟିକା ନେଇଥିବା ଉଚିତ ଏବଂ ୧୫ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଉସବସ୍ଥଳୀକୁ ଆସିବା ଲାଗି ଅନୁମତି ଦିଆଯିବ ନାହିଁ ବୋଲି ନୂଆ ଗାଇଡ୍ଲାଇନ୍ରେ ଦିଲ୍ଳୀ ପୁଲିସ ଉାଲ୍ଳଖ କରିଛନ୍ତି । ପୁଲିସ ଆହୁରି ମଧ୍ୟ କହିଛି ଯେ , ଜାନୁଆରୀ ୨୬ ତାରିଖ ଦିନ ଜନପଥରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଲୋକେ ଫେସ୍ ମାସ୍କ୍ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବା ଭଳି କୋଭିଡ୍-ସଂଯମ ଆଚରଣ ମାନିବା ଜରୁରୀ ।
ଟୁଇଟ୍ କରି ଦିଲ୍ଳୀ ପୁଲିସ ଲେଖିଛନ୍ତି ଯେ , କରୋନାଭାଇରସ୍ ନିରୋଧୀ ଉଭୟ ଡୋଜ୍ ଟିକା ନେଇଥିବା ଅତ୍ୟାବଶ୍ୟକ । ଦର୍ଶକମାନେ ସେମାନଙ୍କର କରୋନା ଟିକା ସାର୍ଟିଫିକେଟ୍ ଧରି ଆସିବାକୁ ଅନୁରୋଧ ପ୍ରକାଶ କରିଛନ୍ତି ।
ସକାଳ ୭ଟାରୁ ଦର୍ଶକମାନଙ୍କ ପାଇଁ ସିଟିଙ୍ଗ୍ ବ୍ଲକ୍ ଖୋଲିଯିବ ଏବଂ ସେହି ଅନୁସାରେ ଆସି ପହଞ୍ଚିବାକୁ ମଧ୍ୟ ଦିଲ୍ଳୀ ପୁଲିସ ସେମାନଙ୍କୁ ଅନୁରୋଧ କରିଛନ୍ତି । ପାର୍କିଙ୍ଗ୍ ବ୍ୟବସ୍ଥା ସୀମିତ ଥିବାରୁ ଦର୍ଶକମାନଙ୍କୁ କାର୍ଫୁଲ୍ ଅଥବା ଟ୍ୟାକ୍ସି ବବ୍ୟହାର ଲାଗି ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ପାର୍କିଙ୍ଗ ଅଞ୍ଚଳରେ ରିମୋଟ୍ –କଣ୍ଟ୍ରୋଲ୍ଡ୍ କାର୍ ଲକ୍ କି ଡିପୋଜିଟ୍ କରିବା ବବ୍ୟସ୍ଥା କରାଯାଇଛି । ଦର୍ଶକମାନେ ସାଥିରେ ବୌଧ୍ୟ ପରିଚୟ ପତ୍ର ଧରି ଆସିବା ସହ ସୁରକ୍ଷା ଯାଞ୍ଚ ବେଳେ ସହଯୋଗ କରିବାକୁ ପୁଲିସ ଅନୁରୋଧ କରିଛି ।
ରବିବାର ଦିନ ଦିଲ୍ଳୀ ପୁଲିସ କମିସନର୍ ରାକେଶ ଅସ୍ଥାନା କହିଥିଲେ ଯେ , ଜାତୀୟ ରାଜଧାନୀରେ ସୁରକ୍ଷା ଡିୟୁଟିରେ ୨୭,୦୦୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀଙ୍କୁ ମୃତୟନ କରାଯାଇଛି ଏବଂ ସାଧାରଣତନ୍ତ୍ର ଦିବସ ଦୃଷ୍ଟିରୁ ଆତଙ୍କବାଦୀ ନିରୋଧୀ ପଦକ୍ଷେପ ତୀବ୍ରତର କରାଯାଇଛି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0