ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୁଲିସ ପଦକ ଲାଗି ମନୋନୀତ କରାଯାଇଛି । ଆଜି ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ସୂଚନା ଅନୁସାରେ ଚଳିତବର୍ଷ ଓଡ଼ିଶାରୁ ମୋଟ ୨୨ ଜଣଙ୍କୁ ପୁଲିସ ପଦକ ମିଳିବ । ପ୍ରତିଷ୍ଠିତ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ, ୯ ଜଣଙ୍କୁ ସାହାସିକତା ମେଡାଲ ଏବଂ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ପଦକ ପ୍ରଦାନ କରାଯିବ । ଭୁବନେଶ୍ବରର ଅତିରିକ୍ତ ଡିସିପି ପ୍ରାଣକୂଷ୍ନ ରାଉତ ଏବଂ କନେଷ୍ଟବଲ ପ୍ରଦୀପ କୁମାର ମହାନ୍ତିଙ୍କୁ ପ୍ରତିଷ୍ଠିତ ସେବା ପାଇଁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯିବ । ଏହା ସହ ସାହାସିକତା ପାଇଁ ଓଏପିଏଫର ସ୍ବର୍ଗତ ଜୟରାମ କାବାସୀ, ଏସପି ରିଷିକେଶ ଧ୍ୟାନଦେଓ ଖିଲାରୀ, ଓଏପିଏଫର ରାମୁ ଦୁରୁଆ, କନେଷ୍ଟବଲ ବନ୍ଧୁ ହନ୍ତାଲ, କନେଷ୍ଟବଲ ଘିନୁ ହାନ୍ତାଲ,ହାବିଲଦାର ପ୍ରବୀଣ ଥାପା,ହାବିଲଦାର ରାଜେଶ ବିଶ୍ବକର୍ମା,କନେଷ୍ଟବଲ ବିଜୟ ସାହୀ ଏବଂ କନେଷ୍ଟବଲ ଔଷଧିନାଥ ବେହେରାଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0