spot_img

ଲେଉଟିବ ଶୀତ ଥରିବ ଓଡିଶା

ଭୁବନେଶ୍ୱର: ରାଜ୍ୟରେ କିଛି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଅନୁଭୂତ ହେବାକୁ ଥିବାରୁ ଏଥିଲାଗି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହିତ ଆସନ୍ତା ୨ଦିନ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ୨ ଦିନ ପରେ ଧୀରେ ଧୀରେ ପାରଦ ତଳକୁ ଖସିବ । ପାଖାପାଖି ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିବ ଓ ପୁଣି ରାଜ୍ୟକୁ ଶୀତ ଲେଉଟିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
କେନ୍ଦ୍ରର ସୂଚନା ମୁତାବକ , ଆଜି ସକାଳେ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ କୁହୁଡି ଦେଖିବାକୁ ମିଳିଛି । ଆସନ୍ତାକାଲି କଳାହାଣ୍ଡି ,କନ୍ଧମାଳ , ଗଜପତି , ଗଞ୍ଜାମ , ନୟାଗଡ , ଅନୁଗୁଳ ,ଢେଙ୍କାନାଳ , ବୌଦ୍ଧ , ଖୋର୍ଦ୍ଧା ଓ କଟକ ଆଦି ଜିଲାର କେତେକ ସ୍ଥାନରେ ଘନ କୁହୁଡି ପଡିବାର ସମ୍ଭାବନା ରହିଛି । ସେହିଭଳି ୨୬ ତାରିଖରେ କନ୍ଧମାଳ , ରାୟଗଡା , କୋରାପୁଟ , ମାଲକାନଗିରି , ଗଜପତି ଓ ଗଞ୍ଜାମ ଆଦି ଆଦି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଏଣୁ ଏହି ଦୁଇ ଦିନ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଟିଟିଲାଗଡଠାରେ ୧୨.୩ ଡିଗ୍ରି ରେକର୍ଡ ହୋଇଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଏହାପରେ ରାଜ୍ୟର ପାରଦ ଧୀରେ ଧୀରେ ନିମ୍ନଗାମୀ ହେବ ଓ ଶୀତ କମିବ ।
ଗତ ୨୪ ଘଣ୍ଟାରେ ଉତ୍ତର ଓଡିଶାର ଅଧିକାଶଂ ଜିଲ୍ଲା ଓ ଦକ୍ଷିଣ ଓଡିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ସର୍ବାଧିକ ବର୍ଷା ଢେଙ୍କାନାଳ ଜିଲ୍ଲା ଭୁବନଠାରେ ୩୭ ମିମି େ ରକର୍ଡ ହୋଇଛି । ଏହାଛଡା ଜଗତସିଂହପୁର ଜିଲ୍ଲା ପାରାଦୀପଠାରେ ୩୬.୨ ମିମି ଓ ଭୁବନେଶ୍ୱରରେ ୧୫.୨ ମିମି ବର୍ଷା ହୋଇଛି । ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ବିଶେଷ ସମ୍ଭାବନା ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular