ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ୪୨ ଜଣ କର୍ମଚାରୀଙ୍କୁ ଅଗ୍ନିଶମ ସେବା ପଦକରେ ସମ୍ମାନିତ କରାଯିବାକୁ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବାକୁ ଥିବା ବେଳେ ବୀରତା ଓ ସାହସିକତା ପାଇଁ ୨ ଜଣଙ୍କୁ ସାହସିକତା ପାଇଁ ଅଗ୍ନିଶମ ସେବା ପଦକ ଦିଆଯିବ । ଅନୁରୂପ ଭାବେ ୯ ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ଦିଆଯିବାକୁ ଘୋଷଣା କରାଯାଇଛି। ପ୍ରଶଂସନୀୟ ସେବା ପାଇଁ ୩୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ମାନିତ କରାଯିବ । ସାଧାରଣତନ୍ତ୍ର ଦିବସ ୨୦୨୨ ଉପଲକ୍ଷେ ୨୫ ଜଣ କର୍ମୀ/ସ୍ବେଚ୍ଛାସେବୀଙ୍କୁ ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ପଦକରେ ସମ୍ମାନିତ କରାଯିବ। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ରାଷ୍ଟ୍ରପତିଙ୍କ ପଦକ ମିଳିବ। ଅନ୍ୟ ୨୩ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା କ୍ଷେତ୍ର ପଦକ ମିଳିବ । ପ୍ରଶଂସନୀୟ ସେବା ପାଇଁ ଗୃହରକ୍ଷୀ ଓ ବେସାମରିକ ସେବା ପଦକ ପାଇବାକୁ ଓଡ଼ିଶାର ୫ ଜଣ କର୍ମଚାରୀ ମନୋନୀତ ହୋଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0