ନୂଆଦିଲ୍ଲୀ : ପାକିସ୍ତାନ ପଛରେ ଅଛି ଚୀନର ସମର୍ଥନ । ସବୁ କ୍ଷେତ୍ରରେ ପାକିସ୍ତାନକୁ ସହଯୋଗ କରୁଛି ଚୀନ୍ । ନିକଟରେ ପାକ୍ ନୈସେନାରେ ସାମିସ ଯୁଦ୍ଧ ଜାହାଜ ପିଏନଏସ ତୁଘରିଲକୁ ନିର୍ମାଣ କରିବାରେ ଡ୍ରାଗନର ଦୃଢ ସହଯୋଗ ରହିଥିଲା ।
ଏହି ଯୁଦ୍ଧ ଜାହାଜରେ ଅନେକ ବିକଶିତ ଅସ୍ତ୍ରଶସ୍ତ୍ର ଓ ସେନସର୍ ଖଞ୍ଜା ଯାଇଛି । ଏନେଇ ଗ୍ଲୋବାଲ ଟାଇମ୍ସର ଏକ ରିପୋର୍ଟରୁ ଜଣା ପଡିଛି । ରିପୋର୍ଟରେ କୁହାଯାଇଛି ଯେ, ଏହି ଜାହାଜ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟକ୍ଷେଦ କରିପାରୁଥିବା ମିସାଇଲ ଧାରଣ କରିବାରେ ସକ୍ଷମ । ଯାହା ଆଣ୍ଟି ସବମରିନକୁ ମଧ୍ୟ ଧ୍ୱଂସ କରିପାରିବ । ଯୁଦ୍ଧ ଜାହାଜ ବାବଦରେ ଚାଇନା ଓ ପାକିସ୍ତାନ ମଧ୍ୟରେ ୪ ବର୍ଷ ତଳେ ଚୁକ୍ତି ହୋଇଥିଲା । ଆହୁରି ମଧ୍ୟ ଡ୍ରାଗନ ପାକ୍କୁ ଏଫ-୨୨ପି ଜେଟ୍ ଓ ଆଜମତ୍ ମିସାଇଲ୍ ଦେବ ବୋଲି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଗତମାସରେ ଚାଇନା ଟାଇପ୍ ୦୫୪ଏ-ପି ତୁଘରିଲ କ୍ଲାସ୍ ଯୁଦ୍ଧଜାହାଜ ପ୍ରସ୍ତୁତ କରି ପାକିସ୍ତାନକୁ ପ୍ରଦାନ କରିଥିଲା । ଯାହାକୁ ପାକିସ୍ତାନର ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦରରେ ନିୟୋଜିତ କରାଯାଇଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0