ଚେନ୍ନାଇ: ବ୍ଲକବଷ୍ଟର ମୁଭି ‘ପୁଷ୍ପା’ରେ ଖୁବ ସୁନ୍ଦର ଅଭିନୟ କରିଥିବା ସାଉଥର ଷ୍ଟାଇଲିଷ୍ଟ ଷ୍ଟାର୍ ଅଲ୍ଲୁ ଅର୍ଜ୍ଜୁନ ଏବେ ନ୍ୟାସନାଲ ସେନସେସନ୍ ପାଲଟିଗଲେଣି। ‘ପୁଷ୍ପା’ ଫିଲ୍ମର ବକ୍ସ ଅଫିସ୍ କଲେକସନ୍ ସବୁ ରେକର୍ଡ ଭାଙ୍ଗିଥିବା ବେଳେ ଅଲ୍ଲୁ ଅର୍ଜୁନଙ୍କ ଡାଏଲଗ ସାଙ୍ଗକୁ ଡ୍ୟାନ୍ସ ଷ୍ଟେପକୁ କପି କରୁଛନ୍ତି ଛୁଆଠୁ ବୁଢ଼ା। ଅଲ୍ଲୁ ଅର୍ଜ୍ଜୁନଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଏବେ ପ୍ରଡ୍ୟୁସରଙ୍କ ଲମ୍ବା ଲାଇନ୍ ଲାଗୁଛି।‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅର୍ଜ୍ଜୁନଙ୍କୁ ବହୁ ଫିଲ୍ମର ଅଫର ମିଳିଥିଲେ ବି ସେ ‘ଅଟଲେ’ ଫିଲ୍ମ ପାଇଁ ରାଜି ହୋଇଥିବା ଜଣାଯାଇଛି। ପେନ ଇଣ୍ଡିଆ ପ୍ରୋଜେକ୍ଟର ଏହି ହାଇ ବଜେଟ ଫିଲ୍ମ ପାଇଁ କେବଳ ଅଲ୍ଲୁ ଅର୍ଜୁନଙ୍କୁ ୧୦୦ କୋଟି ଟଙ୍କା ଅଫର କରାଯାଇଥିବା ଶୁଣିବାକୁ ମିଳିଛି। ଏନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଅଫିସିଆଲି କିଛି କୁହା ଯାଇ ନ ଥିଲେ ମଧ୍ୟ ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ ହଁ ମାରିଥିବା ଜଣାଯାଇଛି।
‘ପୁଷ୍ପା’ ବ୍ଲକବଷ୍ଟର ହିଟ୍ ହୋଇଥିବା ବେଳେ ୨୫୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିସାରିଲାଣି। ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଅଭିନୟ ଦମଦାର ହୋଇଥିବା ବେଳେ ତାଙ୍କ ଡ୍ୟାନ୍ସ ଷ୍ଟେପ ତଥା ଡାଏଲଗ ଡେଲିଭରିର ଦିବାନା ପାଲଟି ଯାଇଛନ୍ତି ସମସ୍ତେ। ରିଲିଜ ସମୟରେ ‘ପୁଷ୍ପା’ କବିର ଖାନ ନିର୍ଦ୍ଦେଶିତ ତଥା ରଣବିର, ଦୀପିକା ଷ୍ଟାରର ଫିଲ୍ମ ‘୮୩’ ସହ ମୁହାଁମୁହିଁ ହୋଇଥିଲା। ହେଲେ ‘୮୩’ ଉପରେ ଭାରି ପଡ଼ିଥିଲା ‘ପୁଷ୍ପା’ । ‘୮୩’ର ବକ୍ସ ଅଫିସ୍ କଲେକସନ୍ ବିଶେଷ ଖାସ୍ ନ ଥିବା ବେଳେ ‘ପୁଷ୍ପା’ କିନ୍ତୁ ରେକର୍ଡ ପରେ ରେକର୍ଡ କରି ଚାଲିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0