ପଶ୍ଚିମବଙ୍ଗ ନିର୍ବାଚନ ପରେ ପ୍ରାୟ ୫ ମାସ ଧରି କଂଗ୍ରେସ ସହ ଆଲୋଚନା ହୋଇଥିଲା। ହେଲେ ସବୁ ଆଲୋଚନା ବିଫଳ ହୋଇଥିଲା ବୋଲି ଏନ୍ଡିଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ସେ କହିଛନ୍ତି ଯେ, ଯଦିଓ ଜାତୀୟ ସ୍ତରରେ ବିଜେପିକୁ କଂଗ୍ରେସ ପରାସ୍ତ କରିପାରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେଇପାରିବ କିନ୍ତୁ ବର୍ତ୍ତମାନ ଗାନ୍ଧି ପରିବାରର ଥିବା ନେତୃତ୍ୱରେ ସେମିତି କିଛି ସ୍ଥିତି ଦେଖିବାକୁ ମିଳୁ ନାହିଁ।ପ୍ରଶାନ୍ତ କିଶୋର କହିଛନ୍ତି ଯେ, ବଙ୍ଗଳା ଫଳାଫଳ ପରେ ମୁଁ କଂଗ୍ରେସ ସହ ଆଲୋଚନାରେ ଅଧିକ ସମୟ ଦେଇଥିଲି । ମେ ଏବଂ ସେପ୍ଟେମ୍ବର ମଧ୍ୟରେ ପ୍ରାୟ ପାଞ୍ଚ ମାସ ପାଇଁ ମୁଁ ମୋର ପ୍ରତିଟି ସମୟ ଦେଇଥିଲି। ମୋଟ ଉପରେ ମୁଁ ପ୍ରାୟ ଦୁଇ ବର୍ଷ ଧରି ଦଳ ସହ ଆଲୋଚନା କରିଥିଲି। ସେ କହଇଛନ୍ତି ଯେ, କଂଗ୍ରେସହ ମିଶି ପ୍ରଶାନ୍ତ କିଶୋର କାମ କରନ୍ତୁ ବୋଲି ଲୋକେ ଚାହୁଁଛନ୍ତି। କିନ୍ତୁ ଏକାଠି କାମ କରିବା ପାଇଁ ଉଭୟ ପକ୍ଷର ବିଶ୍ୱାସର ଏକ ପଦକ୍ଷେପ ଆବଶ୍ୟକ। ଉଭୟଙ୍କ ପକ୍ଷରୁ ବିଶ୍ୱାସର ହାତ ବଢ଼ିବା ଉଚିତ୍। କିନ୍ତୁ ଅନେକ କାରଣରୁ ଏହା ସମ୍ଭବ ନୁହେଁ ବୋଲି ପ୍ରଶାନ୍ତ କହିଛନ୍ତି। ୨୦୧୭ ୟୁପି ନିର୍ବାଚନ ସମୟରେ ଦଳ ସହ ମୋର ଅଭିଜ୍ଞତା ଭଲ ନଥିଲା। ତେଣୁ ମୁଁ ଟିକେ ଭୟଭୀତ ଥିଲି । ମୁଁ ଆଉ ଥରେ କଂଗ୍ରେସରେ ପ୍ରବେଶ କରିବାକୁ ଚାହୁଁନଥିଲି। କିନ୍ତୁ ସାମ୍ପ୍ରତିକ ରାଜନୈତିକ ପରିସ୍ତିତି ମତେ କଂଗ୍ରେସ ଆଡ଼କୁ ମୁହାଁଇଥିଲା। ବିଜେପିକୁ ପରାସ୍ତ କରିବା ପାଇଁ କଂଗ୍ରେସରେ ବଡ ପରିବର୍ତ୍ତନ ଆବଶ୍ୟକ ବୋଳି ସେ କହିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0