ସାଧାରଣତନ୍ତ୍ର ଦିବସରେ ଏକ ଭିନ୍ନ ଅନ୍ଦାଜ ରେ ଦେଖାଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ପିଏମ୍ । ଏହା ଲୋକଙ୍କୁ ତାଙ୍କ ଆଡ଼କୁ ବେଶ୍ ଆକର୍ଷିତ କରିଛି । ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡ ଟୋପି ପରିଧାନ କରିଥିଲେ। ଏହି ଟୋପିର ସ୍ୱତନ୍ତ୍ରତା ହେଉଛି, ଏଥିରେ ଏକ ବ୍ରହ୍ମକମଳ ଫୁଲ ଚିତ୍ରିତ ହୋଇଛି। ଏହା ଉତ୍ତରାଖଣ୍ଡର ରାଜକୀୟ ପୁଷ୍ପ ଅଟେ। କେଦାରନାଥ ପୂଜା କରିବାକୁ ଯିବା ସମୟରେ ସେଠାରେ ପ୍ରଧାନମନ୍ତ୍ରୀ ଏହି ଫୁଲ ଚଢ଼ାଇଥିଲେ। ଏଥିସହ ସେ ମଣିପୁରୀ ଗାମୁଛା କାନ୍ଧରେ ପକାଇଥିଲେ।
ଉଭୟ ଉତ୍ତରାଖଣ୍ଡ ଓ ମଣିପୁରରେ ଆସନ୍ତା ମାସ ନିର୍ବାଚନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗେଟଅପ୍ ଏହି ୨ ରାଜ୍ୟ କୁ ଇସାରା କରୁଛି। ଅଧିକାଂଶ ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ବେଶଭୂଷାରେ ନଜର ଆସିଥାନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଏପରି ଗେଟଅପ୍ ଆସନ୍ତା ନିର୍ବାଚନ ଆଡ଼କୁ ଇସାରା କରୁଥିବା କହିଛନ୍ତି ରାଜନୈତିକ ବିଶ୍ଳେଷକ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0