ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଙ୍କ ପ୍ରତି ଧମକ ଥିବା ଚିଠି ସହ ଟାଇମ୍ ବମ୍ ଉଦ୍ଧାର
ରିୱା: ରିୱା ଜିଲ୍ଲା ଅନ୍ତର୍ଗତ ମନଗୱାଁ ଓଭର୍ବ୍ରିଜ୍ ତଳେ ଆଜି ଗୋଟିଏ ଟାଇମ୍ ବମ୍କୁ ଜିଲ୍ଲା ପୁଲିସ ନିଷ୍କ୍ରିୟ କରିଛି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦିଆଯାଇଥିବା ଏକ ଚିଠି ମଧ୍ୟ ଘଟଣାସ୍ଥଳରୁ ମିଳିଛି। ଉକ୍ତ ଟାଇମ୍ବମ୍ଟିକୁ ୩୦ ନମ୍ବର ଜାତୀୟ ରାଜପଥରେ ଥିବା ଗୋଟାଏ ସେତୁ ତଳେ ରଖାଯାଇଥିଲା। ବୋମାଟିକୁ ଦେଖିବା ପରେ ତୁରନ୍ତ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିଥିଲେ। ଏହି ଅପରାଧିକ କାଣ୍ଡର ମୂଳ କିଏ ଏବଂ ଏହାର ଉଦ୍ଦେଶ୍ୟ କ’ଣ ଜାଣିବା ଲାଗି ପୁଲିସ ତଦନ୍ତ ଆରମ୍ଭ କରିଛି।
ଆସନ୍ତା ମାସରେ ନିର୍ବାଚନ ଥିବାରୁ ଉତ୍ତର ପ୍ରଦେଶରେ ଆତଙ୍କବାଦୀ କାର୍ୟ୍ୟକଳାପ ବୃଦ୍ଧି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ପ୍ରତି ବିପଦ ରହିଛି। ଘଟଣାସ୍ଥଳରୁ ମଳିଥିବା ଚିଠିରେ ଯୋଗୀ ଆଦିତ୍ୟନାଥଙ୍କ ନାମ ଉଲ୍ଲେଖ କରାଯାଇଛି। ଏହି ଓଭର୍ବ୍ରିଜ୍ ବାଟ ଦେଇ ଲୋକେ ପ୍ରୟାଗରାଜ ଯାତ୍ରା କରିନ୍ତି। ତେଣୁ, ପ୍ରୟାଗରାଜ ପୁଲିସ ଏଥିରେ ଚିନ୍ତାପ୍ରକଟ କରିଛି। ରିୱାର ଅତିରିକ୍ତ ଏସ୍ପି କହିଛନ୍ତି ଯେ, ନିଷ୍କ୍ରିୟ କରାଯାଇଥିବା ଉକ୍ତ ବୋମାରେ ବିସ୍ଫୋରକ ସାମଗ୍ରୀ ନ ଥିଲା। କିନ୍ତୁ, ଗୋଟାଏ ଡିଜିଟାଲ୍ ଘଡ଼ି ଲଗାଯାଇଥିଲା।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0