ପତାକା ଉତ୍ତୋଳନ ସମୟରେ କରେଣ୍ଟ ଆଘାତ ରେ ଚାଲିଗଲା ଶିଶୁର ଜୀବନ
ପାଟଣା: ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି ଭାରତ । କିନ୍ତୁ ଏହାରି ଭିତରେ ବିହାରରୁ ଆସିଛି ଏକ ଦୁଃଖଦ ଖବର। ବିହାରର ବକ୍ସରରେ ଧ୍ୱଜାରୋହଣ ବେଳେ ଘଟିଛି ଏକ ବଡ଼ ଅଘଟଣ। ବିଦ୍ୟୁତ ଆଘାତରେ କିଛି ଶିଶୁ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିବା ବେଳେ ଜଣେ ଶିଶୁର ମୃତ୍ୟୁ ହୋଇଛି। ସମସ୍ତ ଆହତଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବକ୍ସର ନାଥୁପୁର ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ବେଳେ ସ୍କୁଲ ପିଲାଙ୍କୁ କରେଣ୍ଟ ଲାଗିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ପିଲା ଆହତ ହୋଇଛନ୍ତି। ପୂରା ଘଟଣା ସମ୍ବନ୍ଧରେ ସୂଚନା ଦେଇ ପିଲାମାନଙ୍କର ପରିବାର ଲୋକେ କହିଛନ୍ତି ଯେ ପତାକା ଉତ୍ତୋଳନ ପାଇଁ ପିଲାମାନେ ସ୍କୁଲକୁ ଯାଇଥିଲେ। ସେହି ସମୟରେ ପତାକା ଲାଗିଥିବା ପାଇପରେ ହଠାତ୍ କରେଣ୍ଟ ଆସିଥିଲା, ଯାହାଦ୍ୱାରା ପିଲାମାନେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସ୍ଥାନୀୟ ପ୍ରଶାସନର ଶୀର୍ଷ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପିଲାମାନଙ୍କର ଉଚିତ୍ ଚିକିତ୍ସାର ବ୍ୟବସ୍ଥା କରିଥିଲେ।
ଡାକ୍ତରଙ୍କ କହିବା ଅନୁଯାୟୀ, ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପିଲାର ମୃତ୍ୟୁ ହୋଇଥିବା ବେଳେ ଏବେବି ବାକି ପିଲାମାନଙ୍କର ଚିକିତ୍ସା ଚାଲିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ପରିବାର ଲୋକେ ମଧ୍ୟ ଅସହାୟ ହୋଇପଡ଼ିଛନ୍ତି। । ପାଇପରେ କେମିତି କରେଣ୍ଟ ଆସିଲା ଏହି ଘଟଣାର ପୂରା ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0